ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ବିଶ୍ୱକପ ୨୦୧୯ର ରଣନୀତି ପାଇଁ ଟିମ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିଛି। ମେ’୩୦ରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ମଙ୍ଗଳବାର ବିଳିମ୍ବିତ ରାତିରେ ଇଂଲଣ୍ଡ ଯାତ୍ରା କରିଛି।

ଟିମ ଇଣ୍ଡିଆ ଇଂଲଣ୍ଡ ଯିବା ପୂର୍ବରୁ ବିସିସିଆଇ ପକ୍ଷରୁ ଟୁଇଟରେ ଖେଳାଳିଙ୍କର କିଛି ଫଟୋ ସେୟାର କରାଯାଇଥିଲା। ଯେଉଁଥିରେ ମୁମ୍ବାଇ ଏୟାରପୋର୍ଟରେ ଖେଳାଳି ଫ୍ଲାଇଟକୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା।

ମେ’୩୦ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଚାଲିବାକୁ ଥିବା କ୍ରିକେଟ ମହାକୁମ୍ଭ ପାଇଁ ଟିମ ଇଣ୍ଡିଆ ଗୋଟିଏ ମଜବୁତ ଟିମ। ଏଥିରେ ଭଲ ପ୍ରଦର୍ଶନ କରି ଟିମ ଇଣ୍ଡିଆ ବିଜୟ ମୁକୁଟ ପିନ୍ଧିବ ବୋଲି କ୍ରିକେଟପ୍ରେମୀ ଆଶାବାଦୀ ଅଛନ୍ତି।

ଇଂଲଣ୍ଡ ଗସ୍ତ ପୂର୍ବରୁ ଅଧିନାୟକ ବିରାଟ କୋହଲି ଭାରତ ତୃତୀୟ ଥର ପାଇଁ ବିଶ୍ୱକପ ଜିତିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହା ପୂର୍ବରୁ ଟିମ ଇଣ୍ଡିଆ ୨ ଥର ଅର୍ଥାତ ୧୯୮୩ କପିଲ ଦେବଙ୍କ ଅଧିନାୟକତ୍ୱରେ ଏବଂ ୨୦୧୧ ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ବିଶ୍ୱକପ ଜିତିଛି। ଏଥର ବିରାଟ କୋହଲି ଭାରତକୁ ଏହି ବିଜୟ ମୁକୁଟ ପିନ୍ଧାଇ ପାରନ୍ତି।

ଭାରତକୁ ମିଶାଇ ମୋଟ ୧୦ଟି ଦେଶ  ବିଶ୍ୱକପରେ ଭାଗ ନେଇଛନ୍ତି। ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ୱେଷ୍ଟ୍‌ଇଣ୍ଡିଜ୍‌।

Comment