ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଓଡ଼ିଶାରେ ଲୋକସଭା ଆସନରେ ବିଜେପି ଖୁବ୍ ଭଲ ପ୍ରଦର୍ଶନ କରିଛି। ଯାହା ଆଶା କରାଯାଉଥିଲା ବିଜେପି ପ୍ରାର୍ଥୀମାନେ ୧୫ଟି ଆସନରେ ଆଗୁଆ ଅଛନ୍ତି। ଶାସକ ବିଜେଡିର ପ୍ରାର୍ଥୀମାନେ ମାତ୍ର ୫ଟି ଆସନରେ ଆଗେଇଛନ୍ତି।
କଂଗ୍ରେସ ପ୍ରାର୍ଥୀ କେବଳ ଗୋଟିଏ ଆସନରେ ଭଲ କରିଛି। ଓଡ଼ିଶାରେ ବିଜେପିର ଫଳ ଅପ୍ରତ୍ୟାଶିତ କେବଳ ନୁହେଁ ଭୋଟରମାନେ ସେମାନଙ୍କର ପରିପକ୍ଵତା ପ୍ରଦର୍ଶନ କରିଛନ୍ତି।
ଉପକୂଳ ଓଡ଼ିଶାକୁ ଛାଡ଼ିଦେଲେ ଅଧିକାଂଶ ଅଞ୍ଚଳରେ ବିଜେପି ପ୍ରାର୍ଥୀମାନେ ବିଜେଡି ପ୍ରାର୍ଥୀଙ୍କୁ ପଛରେ ପକେଇ ଦେଇଛନ୍ତି। ଲୋକସଭା ନିର୍ବାଚନରେ ବିଜେଡିର ଫଳ ସୂଚନା ଦେଉଛି ଯେ ଜାତୀୟ ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରଭାବ ହରାଇଛନ୍ତି।