ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଦିନ ୧ଟା ସୁଦ୍ଧା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଯେଉଁ ତଥ୍ୟ ଦିଆଯାଇଛି ସେଥିରୁ ସ୍ପଷ୍ଟ ହେଉଛିକି ଏନଡିଏ ଏଥର ଆଗରେ ରହୁଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ହେବେ। ସେହିପରି ଏଥରର ଫଳାଫଳ ବାର୍ତ୍ତା ଦେଉଛି କି କଂଗ୍ରେସକୁ ସେତେ ଭଲ ସଫଳତା ମିଳିବନାହିଁ।

ବିଜେପି ଏକାକୀ ୩୦୧ ଆସନରେ ଆଗରେ ଥିବାବେଳେ ବିଜେପି ସହଯୋଗୀ ଦଳଙ୍କୁ ସାମିଲ କରାଗଲେ ୩୫୨ ସିଟରେ ଏନଡିଏ ଆଗରେ ରହୁଛି। ସେପଟେ କଂଗ୍ରେସ ୫୦ ଆସନରେ ଆଗରେ ରହିଛି, ସେମାନଙ୍କର ସହଯୋଗୀଙ୍କୁ ଯଦି ମିଶାଇବା ତେବେ ଏହି ସଂଖ୍ୟା ୮୬ ଅଛି।

ତେବେ ଅନ୍ୟ ରାଜ୍ୟର କଥା ଯଦି ଆଲୋଚନା କରିବା ତେବେ ତାମିଲନାଡୁରେ ଡିଏମକେ ୨୩, ଆନ୍ଧ୍ରପ୍ରଦେଶରେ ୱାଇଏସଆର କଂଗ୍ରେସ ୨୩ ଆସନରେ ଆଗରେ ରହିଛି। ସେହିପରି ପଶ୍ଚିମବଙ୍ଗରେ ଟିଏମସି ୨୨ ଆସନ, ଉତ୍ତରପ୍ରଦେଶରେ ବିଏସପି ୧୧, ସମାଜବାଦୀ ପାର୍ଟି ୬ ଆସନରେ ଆଗରେ ରହିଛି। ସେହିପରି ଟିଆରଏସ ୯ ଓ ଏନସିପି ୫ ଆସନରେ ରହିଛି।

ଯଦି ଏହିସଖ୍ୟା ସଠିକ ହୁଏ ତେବେ ୨୦୧୪ ତୁଳନାରେ ବିଜେପି ଅନେକ ଭଲ ପ୍ରଦର୍ଶନ କରିବ। ୨୦୧୪ରେ ବିଜେପି ଦେଶରେ ୨୮୧ ଆସନ ଓ ଏନଡିଏ ୩୩୬ ଆସନରେ ସଫଳତା ପାଇଥିଲା।

ସେପଟେ ବିଜେପି ଯେଉଁ ହିସାବରେ ଆଗରେ ରହିଛି ଏହାପରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comment