ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଲୋକସଭା ନିର୍ବାଚନରେ ନିଜ ଦଳର ପରାଜୟକୁ ସ୍ୱୀକାର କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହାସହିତ ସେ କହିଛନ୍ତି ତାଙ୍କର ଲଢେଇ ବିଚାରଧାରାର ଲଢେଇଥିଲା। କଂଗ୍ରେସ ନେତାଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

ରାହୁଲ ଗାନ୍ଧି ଆହୁରି କହିଛନ୍ତି, “ମୁଁ ନିର୍ବାଚନ ପ୍ରଚାରରେ କହିଥିଲା କି ଜନତା ଜନାର୍ଦ୍ଦନ ଅଟନ୍ତି। ଜନତା ସେମାନଙ୍କ ନିଷ୍ପତ୍ତି ଦେଇଛନ୍ତି। ମୁଁ ତାହାକୁ ସ୍ୱୀକାର କରୁଛି।  ମୁଁ ସର୍ବପ୍ରଥମେ ବିଜେପିକୁ ବିଜୟ ଲାଗି ଅଭିନନ୍ଦନ ଜଣାଉଛି। ମୁଁ କାର୍ଯ୍ୟକର୍ତ୍ତା ଓ ଆଶାୟୀଙ୍କୁ ବି ଅଭିନନ୍ଦନ ଜଣାଉଛି। ”

ସେପଟେ ଆମେଥୀରୁ ନିଜର ପରାଜୟକୁ ସ୍ୱୀକର କରିବା ସହ ରାହୁଲ କହିଛନ୍ତି, “ସ୍ମୃତି ଇରାନୀଙ୍କୁ ଧନ୍ୟବାଦ। ସେଠାକାର ଜନତା ତାଙ୍କ ନିଷ୍ପତ୍ତି ଜଣାଇଛନ୍ତି। ଆଶା କରୁଛି ସେ ଆମେଠୀକୁ ଭଲପାଇବେ।”

Comment