ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଛି। କେରଳରେ ୨୦ ଲୋକସଭା ସିଟ୍ ପାଇଁ ଭୋଟ୍ ଗଣତି ଜାରି ରହିଛି। ଏଥିରେ କଂଗ୍ରେସ ୧୨ଟି ସିଟରେ ଆଗରେ ରହିଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ୍ୱାଇନାଡ ଆସନରେ ଲିଡ୍ କରୁଛନ୍ତି। କିନ୍ତୁ ଆମେଥିରେ ରାହୁଲ ପଛୁଆ ଅଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି କି ଓ୍ୱାଇନାଡ ହିଁ ରଖିବ ରାହୁଲଙ୍କ ମାନ।

ରାହୁଲ ଗାନ୍ଧି ଓ୍ୱାୟାନାଡରେ ଦିନ ୧ଟା ସୁଦ୍ଧା ୩,୭୫,୦୩୨ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

କିନ୍ତୁ କଂଗ୍ରେସ ଗଡ଼ ଆମେଥିରେ ରାହୁଲ ପଛୁଆ ଅଛନ୍ତି। ରାହୁଲଙ୍କୁ ପଛରେ ପକାଇ ଆଗରେ ଅଛନ୍ତି ସ୍କୃତି ଇରାନୀ। ଆମେଥିରେ ସ୍କୃତି ରାହୁଲଙ୍କଠାରୁ ୯୯୪୩ ଆଗରେ ଅଛନ୍ତି। ଏଥିରୁ ଯାହା ଲାଗୁଛି କଂଗ୍ରେସ ଗଡ଼ କୁହାଯାଉଥିବା ଆମେଥିରେ ରାହୁଲଙ୍କୁ ହାର ସ୍ୱୀକାର କରିବାକୁ ପଡ଼ିପାରେ।

Comment