ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ବିଶ୍ୱକପ ୱାର୍ମଅପ୍ ମ୍ୟାଚ୍‌ରେ ଆଜି ଭାରତ ଭେଟିଛି ନ୍ୟୁଜିଲାଣ୍ଡ ଟିମ୍‌କୁ। ଲଣ୍ଡନର କେନିଂଟନ୍‌ ଓଭାଲ ଷ୍ଟାଡିୟମ୍‌ରେ ଏହି ୱାର୍ମଅପ୍ ମ୍ୟାଚ୍‌ ଖେଳାଯାଉଛି। ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ପ୍ରଥମେ ବ୍ୟାଟିଂ କରି ଭାରତ ୪ ୱିକେଟ୍‌ ହରାଇ ୫୦ ରନ୍‌ ସଂଗ୍ରହ କରିଛି। ଆରମ୍ଭରୁ ଟିମ୍‌ ଇଣ୍ଡିଆର ବିପର୍ଯ୍ୟୟ ଘଟିଛି। ଟିମ୍‌ ଇଣ୍ଡିଆ ପାଇଁ ଦଳର ଉପ ଅଧିନାୟକ ରୋହିତ ଶର୍ମା ଏବଂ ଶିଖର ଧୱନ ଭାରତର ଓପନିଂ କରିଥିଲେ। ତେବେ ରୋହିତ ମାତ୍ର ୬ଟି ବଲ୍‌ରେ ୨ ରନ୍‌ କରି ଆଉଟ ହୋଇଛନ୍ତି। ବୋଲ୍ଟଙ୍କ ବଲ୍‌ରେ ରୋହିତ ଏଲ୍‌ବିଡବ୍ଲ୍ୟୁ ହୋଇ ପାଭିଲିୟନ ଫେରିଛନ୍ତି।

ଏହା ପରେ ଧିରେ ଧିରେ ଟିମ୍‌ ଇଣ୍ଡିଆର ଆଉ ୩ଟି ୱିକେଟ୍‌ର ପତ୍ତନ ହୋଇଛି। ଶିଖର ଧୱନ ୭ ବଲ୍‌ରେ ୨ ରନ୍‌ ସଂଗ୍ରହ କରି ଆଉଟ ହୋଇଛନ୍ତି। ଏହା ପରେ ବୋଲ୍ଟଙ୍କ ବଲ୍‌ରେ ଲୋକେଶ ରାହୁଲ ବୋଲ୍ଡ ହୋଇଥିଲେ। ଏହା ପରେ ଅଧିନାୟକ ବିରାଟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍‌ ଇଣ୍ଡିଆର ମଙ୍ଗ ଧରିଥିଲେ। ତେବେ ଗ୍ରାଣ୍ଡହୋମ୍‌ଙ୍କ ବଲ୍‌ରେ କୋହଲି ବୋଲ୍ଡ ହୋଇ ପାଭିଲିୟନ ଫେରିଛନ୍ତି।

ବର୍ତ୍ତମାନ ଟିମ୍‌ ଇଣ୍ଡିଆର ସ୍ଥିତି ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟୟ ଘଟିଛି। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଏମ୍‌ ଏସ୍‌ ଧୋନି ଭାରତୀୟ ଦଳର ମଙ୍ଗ ଧରିଛନ୍ତି। ବର୍ତ୍ତମାନ ଟିମ୍‌ ଇଣ୍ଡିଆ ୧୩ ଓଭରରେ ୪ ୱିକେଟ୍‌ ହରାଇ ୫୦ ରନ୍‌ ସଂଗ୍ରହ କରିଛି।

Comment