ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଲୋକସଭା ନିର୍ବାଚନରେ ଏନଡିଏକୁ ଐତିହାସିକ ବହୁମତ ମିଳିଛି। ମୋଦିଙ୍କୁ ଏନଡିଏ ସଂସଦୀୟ ଦଳ ନେତା ଭାବେ ଚୟନ କରାଯାଇଛି। ନୂଆଦିଲ୍ଲୀରେ ଆଜି ବିଜେପି ସଂସଦୀୟ ଦଳ ବୈଠକ ବସିଥିଲା।
ମୋଦିଙ୍କୁ ପ୍ରଥମେ ବିଜେପି ସଂସଦୀୟ ଦଳର ନେତା ଭାବେ ଚୟନ କରାଯାଇଥିଲା। ପରେ ମୋଦିଙ୍କୁ ଏନଡିଏ ସଂସଦୀୟ ଦଳର ନେତା ଭାବେ ଚୟନ କରିବାକୁ ସିରୋମଣି ଅକାଳୀ ଦଳର ନେତା ପ୍ରକାଶ ସିଂହ ବାଦଲ ପ୍ରସ୍ତାବ ଦେଇଥିଲେ। ଜେଡି(ୟୁ) ଅଧ୍ୟକ୍ଷ ନୀତିଶ କୁମାର ପ୍ରସ୍ତାବକୁ ସମର୍ଥନ କରିଥିଲେ।
ଏଲଜେପି ଅଧ୍ୟକ୍ଷ ରାମବିଲାସ ପାସୱାନ ଏବଂ ଅନ୍ୟ ସହଯୋଗୀ ଦଳମାନେ ମୋଦିଙ୍କୁ ସମର୍ଥନ କରିଥିଲେ।
ବିଜେପି ସଂସଦୀୟ ଦଳର ନେତା ଭାବେ ମୋଦିଙ୍କୁ ଚୟନ କରାଯାଇଛି। ପ୍ରଥମେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ମୋଦିଙ୍କ ନାଁ ପ୍ରସ୍ତାବ ଦେବା ପରେ ଅନ୍ୟମାନେ ସମର୍ଥନ କରିଥିଲେ।
ସଂସଦୀୟ ଦଳ ନେତା ଭାବେ ଚୟନ ହେବା ପରେ ମୋଦି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି ଏବଂ ମୁରଲୀମନୋହର ଯୋଶୀଙ୍କ ଆଶୀର୍ବାଦ ନେଇଥିଲେ।
ଚଳିତ ନିର୍ବାଚନରେ ଏନଡିଏ ୩୫୩ ଆସନ ପାଇଥିବା ବେଳେ ୟୁପିଏ ୯୧ ଏବଂ ଅନ୍ୟମାନେ ୯୮ଟି ଆସନ ପାଇଛନ୍ତି।


















