ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଆସନ୍ତା୨୯ ତାରିଖରେ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ। ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ପଞ୍ଚମଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଆଜି ବିଜେଡି ବିଧାୟକ ଦଳ ବୈଠକ ଅଛି। ନବ ନିର୍ବାଚିତ ୧୧୨ଜଣ ଯାକ ବିଧାୟକ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଦଳର ନେତା ପାଇଁ ପ୍ରସ୍ତାବ ପାରିତ କରିବେ। ଏହାସହିତ ଆଜି ନବୀନ ରାଜ୍ୟପାଳଙ୍କ ପାଖରେ ସରକାର ଗଠନ ପାଇଁ ଆବଶ୍ୟକ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ଦାବି ଉପସ୍ଥାପନ କରିବେ।

ସେପଟେ ଆଜି ନିର୍ବାଚିତ ବିଜେଡିର ୧୨ଜଣ ଯାକ ସାଂସଦ ନବୀବ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ବୈଠକପରେ ସମସ୍ତେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହିତ ଫଟୋ ଉଠାଇଛନ୍ତି। ଏହାସହିତ ସମସ୍ତେ ବିଜୟ ସଙ୍କେତ ଦେଖାଇଛନ୍ତି। ଏହି ୧୨ଜଣ ସାଂସଦଙ୍କ ମଧ୍ୟରୁ ନବୀନ କାହାକୁ ସଂସଦୀୟ ଦଳନେତା କରୁଛନ୍ତି ତାହା ଉପରେ ନଜର ରହିଛି। ଏଥିରେ ପିନାକୀ ମିଶ୍ର ଅବା ଭର୍ତ୍ତୃହରି ମହତାବଙ୍କ ନାଁକୁ ନେଇ ଅଧିକ ଚର୍ଚ୍ଚା ହେଉଛି। ତେବେ ଯେ ସଂସଦରେ ଓଡ଼ିଶାର ଦାବିକୁ ରଖିପାରିବେ ସେହି ବ୍ୟକ୍ତିଙ୍କୁ ସଂସଦୀୟ ଦଳ ନେତା ବଛଯିବ।

LEAVE A REPLY

Please enter your comment!
Please enter your name here