ଓଡ଼ିଶାଲାଇଭ ବ୍ୟୁରୋ

ସୁରତରେ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ପରେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିଛିା ସୁରତରେ ଏହି ଘଟଣା ପରେ ଓଡ଼ିଶାରେ ଅଗ୍ନିଶମ ବିଭାଗ ତତ୍ପରତା ଦେଖାଇଛିା କୋଚିଂ ସେଣ୍ଟର କେତେ ସୁରକ୍ଷିତ ସେନେଇ ଯାଞ୍ଚ ଆରମ୍ଭ ହୋଇଛିା

କଟକ ଓ ଭୁବନେଶ୍ୱରର ୨୨ଟି କୋଚିଂ ସେଣ୍ଟରରେ ଅଗ୍ନିଶମ ବିଭାଗର ୨୨ଟି ଟିମ ଯାଞ୍ଚ କରିଛିା ବିଭିନ୍ନ କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ହୋଇଛି କି ନାହିଁ ସେ ନେଇ ଅଗ୍ନିଶମ ବିଭାଗ ଯାଞ୍ଚ କରିଛିା

ଏନେଇ ଅଗ୍ନି ନିରାପତ୍ତା ଅଧିକାରୀ ମହେଶ୍ୱର ସ୍ୱାଇଁ ସୂଚନା ଦେଇଛନ୍ତିା

ଯେଉଁ କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଇ ନାହିଁ ସେମାନଙ୍କୁ ୧୫ ଦିନ ସମୟ ଦିଆଯାଇଛିା ୧୫ ଦିନ ଭିତରେ କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ ଅଗ୍ନିଶମ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତିା

ଶୁକ୍ରବାର ଗୁଜୁରାଟର ସୁରତରେ ଏକ କୋଚିଂ ସେଣ୍ଟରରେ ଭୟବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ପାଖାପାଖି ୨୨ ଜଣ ଛାତ୍ରଝାତ୍ରୀ ପ୍ରାଣ ହରାଇଥିଲୋ ଏହି ଘଟଣା ପରେ ଓଡ଼ିଶାରେ ଅଗ୍ନିଶମ ବିଭାଗ ଏଭଳି ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ସଜାଗ ହୋଇଛନ୍ତିା

Comment