ଓଡ଼ିଶାଲାଇଭ ବ୍ୟୁରୋ

(ନୂଆପଡ଼ାରୁ ନନ୍ଦିଘୋଷ ଖମାରୀ) :  ଖେଳିବା ବୁଲିବା ବୟସରେ ଦିନ କଟୁଛି କଷ୍ଟ ଆଉ ଯନ୍ତ୍ରଣାରେ। ପୁଅର ଏ ଯନ୍ତ୍ରଣା ଦେଖି ବାପା ମାଙ୍କ ଆଖିରୁ ଲୁହ ଶୁଖୁନି।

ଏ ହେଉଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଦ ପଞ୍ଚାୟତ ତିଲେଇମାଲ ଗ୍ରାମର ବୁଧୁରାମ ବାଗଙ୍କ ପୁଅ ମଳୟର କାହାଣୀ। ବୟସ ମାତ୍ର ୯ ବର୍ଷ। ଦୁନିଆକୁ ଭଲକରି ଦେଖିବା ଆଗରୁ ମଳୟ ଏବେ କ୍ୟାନସର ରୋଗରେ ପୀଡ଼ିତ। ଗତ କିଛି ଦିନ ପୂର୍ବେ ସାଙ୍ଗସାଥୀ ମେଳରେ ଖେଲିବା ବେଳେ ଡାହାଣ ଆଖିରେ ଆଘାତ ଲାଗିଥିଲା। ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଡାକ୍ତରଙ୍କୁ ଦେଖାଇଥିଲେ ମଳୟ। ଡାକ୍ତର ମଳୟକୁ ନୂଆପଡ଼ା ଜିଲ୍ଲା ମେଡିକାଲକୁ ନେବା ପାଇଁ ତାଙ୍କ ବାପା, ମା’ଙ୍କୁ ପରାମର୍ଶ ଦେଇଥିଲେ।

ବାପା ବୁଧୁରାମ ନୂଆପଡା ମେଡିକାଲରେ ପୁଅକୁ ଭର୍ତ୍ତି କରିଥିଲେ। କିନ୍ତୁ ନୂଆପଡ଼ା ଡାକ୍ତର ବୁର୍ଲା ବଡ ଡାକ୍ତରଖାନାକୁ ନେବା ପାଇଁ କହିଥିଲେ। ମଳୟଙ୍କୁ ତାଙ୍କ ବାପାଳ ମା’ ବୁର୍ଲା, କଟକ, ବିଶାଖାପାଟଣା ମେଡିକାଲରେ ଦେଖାଇ ଆଣିଥୀଲେ ମଧ୍ୟ କିଛି ଲାଭ ମିଳୁନି।

କଟକରେ ଅପରେସନ ପାଇଁ ଲକ୍ଷାଧିକ ଟଙ୍କା ଲାଗିବ ବୋଲି ଡାକ୍ତର କହିବାରୁ ଟଙ୍କା ଯୋଗାଡ଼ କରିପାରିଲେନି ମଳୟର ବାପା, ମା’। ଶେଷରେ ପୁଅକୁ ଭଗବାନଙ୍କ ଭରସାରେ ଛାଡ଼ି ଦେଇଛନ୍ତି।
ସ୍ଥାନୀୟ ଅଞ୍ଚଳର କିଛି ସମାଜସେବୀମାନେ ମଳୟଙ୍କ ଅପରେସନ ପାଇଁ କିଛି ଟଙ୍କା ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ମଳୟର ଚିକିତ୍ସା ପ୍ରତି ଦୃଷ୍ଟି ଦେବାକୁ ଗୁହାରି କରିଛନ୍ତି।

Comment