ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଟିଟିଲାଗଡ଼ ବିଧାନସଭା ଆସନରୁ ଲଗାତର ଦୁଇ ଥର ବିଜେଡି ଟିକେଟରେ ନିର୍ବାଚିତ ହୋଇଥିବା ଟୁକୁନି ସାହୁ ଏଥର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ଟୁକୁନି ହେଉଛନ୍ତି ଟିଟିଲାଗଡ଼ ବିଜେଡିର ତୁଙ୍ଗ ନେତା ଅଭିମନ୍ୟୁ ସାହୁଙ୍କ ସ୍ତ୍ରୀ। ୨୦୧୪ ନିର୍ବାଚନ ପୂର୍ବରୁ ଡିସେମ୍ବର ୧୫ରେ ଅଭିମନ୍ୟୁ ମର୍ଣ୍ଣିଂ ଓ୍ୱାକରେ ଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଥିଲେ।
ଏହାପରେ ୨୦୧୪ ନିର୍ବାଚନରେ ଦଳ ପକ୍ଷରୁ ସାହୁଙ୍କ ସ୍ତ୍ରୀ ଟୁକୁନି ସାହୁଙ୍କୁ ପ୍ରାର୍ଥୀ କରାଯାଇଥିଲା ଓ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧୪ ହଜାର ଭୋଟରେ ପରାସ୍ତ କରିଥିଲେ।
ଏଥର ଟୁକୁନି ନିଜ ପ୍ରତିପକ୍ଷଙ୍କୁ ପାଖାପାଖି ୨୦ହଜାର ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ହୋଇଛନ୍ତି।
ଟୁକୁନିଙ୍କୁ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ହେବାପରେ ଦୀର୍ଘ ୩୯ ବର୍ଷ ପରେ ଟିଟିଲାଗଡ ନିର୍ବାଚନମଣ୍ଡଳୀରୁ ମନ୍ତ୍ରୀ ପଦ ପାଇଛି। ଏହା ପୂର୍ବରୁ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଟିଟିଲାଗଡ ଆସନରୁ ଲଳିତ ମୋହନ ଗାନ୍ଧି ସୂଚନା ଓ ଲୋକ ସମ୍ପର୍କ ବିଭାଗର ମନ୍ତ୍ରି ପଦ ପାଇଥିଲେ।


















