ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଆଜି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ଐତିହାସିକ ବିଜୟ ସହ ମୋଦି ଆଜି ପୁଣିଥରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଆଜି ଇଂରାଜୀ ଗଣମାଧ୍ୟମଠୁ ଆରମ୍ଭ କରି ସବୁଠି ପ୍ରଧାନମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା। ଏମିତିରେ ଅନେକଙ୍କ ମନରେ ପ୍ରଶ୍ନ ଆସୁଥିବ ପ୍ରଧାନମନ୍ତ୍ରୀଙ୍କ ଦରମା କେତେ, ପ୍ରଧାନମନ୍ତ୍ରୀଙ୍କୁ କେଉଁ କେଉଁ ସୁବିଧା ମିଳିଥାଏ। ଆପଣଙ୍କୁ ଏ ସମସ୍ତ ପ୍ରଶ୍ନର ଉତ୍ତର ଆଜି ଆପଣଙ୍କୁ ମିଳିବ।
କୌଣସି ବି ସାଂସଦଙ୍କୁ ତାଙ୍କର ଦରମା ଓ ଭତ୍ତା ମେମ୍ବର ଅଫ୍ ପାର୍ଲାମେଣ୍ଟାରୀ ଆକ୍ଟ ୧୯୫୪ ଅନୁସାରେ ମିଳିଥାଏ। ତେବେ ଆକ୍ଟ ନିମୟ ଅନୁସାରେ ଏହି ନିୟମରେ ପରିବର୍ତ୍ତନ ବି ହୋଇଥାଏ।
ପ୍ରଧାନମନ୍ତ୍ରୀଙ୍କ ଦରମା କେତେ
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ଦରମା ୧ଲକ୍ଷ ୬୦ ହଜାର ହୋଇଥାଏ। ଏହାସହିତ କିଛି ସରକାରୀ ଭତ୍ତା ଓ କିଛି ଅନ୍ୟାନ୍ୟ ସୁବିଧା ମିଳିଥାଏ।
ଏହାସହିତ ମାସିସ ଆଲାଉନ୍ସ ୬୨ହଜାର(ଦିନକୁ ପାଖାପାଖି ୨ହଜାର), ଅନ୍ୟଏକ ଆଲାଉନ୍ସ ଲାଗି ୪୫ହଜାର ଟଙ୍କା ଦିଆଯାଇଥାଏ। ଏହାସହିତ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ପେଶାଲ ଜେଟ୍, ଏସପିଜି ସୁରକ୍ଷା , ପରର୍ସନାଲ ଷ୍ଟାଫ ପରି ସୁବିଧା ମିଳିଥାଏ।


















