ଓଡ଼ିଶାଲାଇଭ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ କଂଗ୍ରେସ ପରାଜୟର କାରଣ ଖୋଜିବାରେ ଲାଗିଛିା ଗୋଟିଏ ପଟେ କଂଗ୍ରେସ ଅଧ୍ୟକ୍ଷ ଇସ୍ତଫା ଦେବାକୁ ଚାହୁଁଥିଲାବେଳେ ଅନ୍ୟପଟେ କଂଗ୍ରେସ ମୁଖପାତ୍ର କୌଣସି ଟିଭି ଡିବେଟ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ବୋଲି ନିଷ୍ପତ୍ତି ହୋଇଛିା

ଆସନ୍ତା ଏକ ମାସ ପର୍ଯ୍ୟନ୍ତ କୌଣସି ଡିବେଟରେ କଂଗ୍ରେସ ମୁଖପାତ୍ର ଭାଗ ନେବେ ନାହିଁ । ଏନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଯେଓ୍ୱାଲା ଟୁଇଟ କରି ସୂଚନା ଦେଇଛନ୍ତିା

କଂଗ୍ରେସ ନେତାଙ୍କୁ ଡିବେଟ କାର୍ଯ୍ୟକ୍ରମରେ ନ ଡାକିବାକୁ ଟୁଇଟ ଜରିଆରେ ସେ ଅନୁରୋଧ କରିଛନ୍ତିା ଏନେଇ ସେ ନ୍ୟୁଜ ଚ୍ୟାନେଲ ଓ ସଂପାଦକଙ୍କୁ ଅନୁରୋଧ କରିଛନ୍ତିା

କଂଗ୍ରେସ ପରାଜୟ ପରେ ସମାଲୋଚନାକୁ ସାମ୍ନା କରିପାରୁ ନାହିଁ ବୋଲି ଦଳ ଏଭଳି ନିଷ୍ପତି ନେଇଛି ବୋଲି ଚର୍ଚ୍ଚା ହେଉଛିା

Comment