ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ବିଶ୍ୱକପର ତୃତୀୟ ମ୍ୟାଚରେ ଶନିବାର ଶ୍ରୀଲଙ୍କାକୁ ଭେଟିଛି ନ୍ୟୁଜିଲାଣ୍ଡ।  ଦିନ ୩ଟାରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ଶ୍ରୀଲଙ୍କାକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ତେବେ ବର୍ତ୍ତମାନ ୨୧ ଓଭର ସୁଦ୍ଧା ଶ୍ରୀଲଙ୍କା ୬ ୱିକେଟ୍ ହରାଇ ୯୭ ରନ୍‌ ସଂଗ୍ରହ କରିଛି।

କାଡ୍ରିଫ୍‌ ସୋଫିଆ ଗାର୍ଡେନ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଟିମ୍‌ ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ଆରମ୍ଭରୁ ଶ୍ରୀଲଙ୍କା ଟିମ୍‌ର ବ୍ୟାଟିଂରେ ବିପର୍ଯ୍ୟୟ ଘଟିଛି। ବ୍ୟାଟ୍ସମ୍ୟାନ୍‌ କରୁଣାରତ୍ନେ ଶ୍ରୀଲଙ୍କା ଟିମ୍‌ର ମଙ୍ଗ ଧରିଥିବା ବେଳେ ଅନ୍ୟପାଟ ଖେଳାଳୀ ପଡ଼ିଆ ଦର୍ଶନ କରି ପାଭିଲିୟନ ଫେରୁଛନ୍ତି।

ନ୍ୟୁଜିଲାଣ୍ଡ ଟିମ୍‌ ପକ୍ଷରୁ ଜବରଦସ୍ତ ବୋଲିଂ ପ୍ରଦର୍ଶନ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲାଣ୍ଡ ଟିମ୍‌ର ବୋଲର ମ୍ୟାଟ୍ ହେନରୀ ସର୍ବାଧିକ ୩ଟି ଏବଂ ଲକି ଫର୍ଗୁସନ୍ ୨ ଟି ୱିକେଟ୍ ସଂଗ୍ରହ କରିଛନ୍ତି। ଅଧିନାୟକ କେନ୍ ୱିଲିୟମସନ୍‌ଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଟିମ୍‌ ଜିତିବାର ଲକ୍ଷ ନେଇ ଖେଳୁଛି।

Comment