ଓଡ଼ିଶାଲାଇଭ ବ୍ୟୁରୋ

ଜନ୍ମମାଟି ଢ଼େଙ୍କନାଳରୁ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ବାହାରିଛି କଳ୍ପନା ଦାଶଙ୍କ ପାର୍ଥିବଶରୀର। ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବା ପ୍ରଥମେ ଢ଼େଙ୍କନାଳ ମିନି ଷ୍ଟାଡିୟମରେ ତାଙ୍କ ପାର୍ଥିବଶରୀର ରଖାଯାଇଥିଲା।

ସେଠାରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଦର୍ଶନ କରିଥିଲୋ ଜନ୍ମମାଟିରେ ପହଞ୍ଚିବା ଏହାପରେ ତାଙ୍କ ପାର୍ଥିବଶରୀରକୁ ଏକ ବିଶାଳ ଶୋଭଯାତ୍ରା ମାଧ୍ୟମରେ ତାଙ୍କ ଗାଁ ସାରିଆପଡ଼ାକୁ ନିଆଯାଇଥିଲା।

କଳ୍ପନାଙ୍କ ପାର୍ଥିବଶରୀର ସେଠାରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଆଜି ନେପାଳ କାଠମାଣ୍ଡୁରୁ ଓଡିଶା ଆସି ପହଁଚିଥିଲା ପର୍ବତାରୋହୀ କଳ୍ପନା ଦାଶଙ୍କ ପାର୍ଥିବଶରୀର। ସକାଳ ପ୍ରାୟ ୯ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ଗାଡ଼ିରେ କଳିଙ୍ଗ ଷ୍ଟାଡିୟମକୁ କଳ୍ପନାଙ୍କ ପାର୍ଥିବ ଶରୀରକୁ ଅଣାଯାଇଥିଲା।

୧ ଘଣ୍ଟା ଯାଏଁ କଳିଙ୍ଗ ଷ୍ଟାଡିୟମରେ ଶେଷଦର୍ଶନ ପାଇଁ ତାଙ୍କ ମରଶରୀର ରଖାଯାଇଛିା କଳିଙ୍ଗ ଷ୍ଟାଡିୟମରେ କଳ୍ପନାଙ୍କୁ ଶେଷ ଦର୍ଶନ କରିବା ଲାଗି ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚିଥିଲୋ ତା’ ପରେ ତାଙ୍କ ଜନ୍ମସ୍ଥାନକୁ ନିଆଯାଇଥିଲା।

LEAVE A REPLY

Please enter your comment!
Please enter your name here