ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୧୯ରେ ଆଜି ପାକିସ୍ତାନକୁ ଭେଟିଛି ଘରୋଇ ଇଂଲଣ୍ଡ। ପ୍ରଥମ ଇନିଂସ ଶେଷ ସୁଦ୍ଧା ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ଦେଇଛି ବଡ଼ ସ୍କୋର। ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୪୮ ରନ୍‌ ସଂଗ୍ରହ କରିଛି। ବର୍ତ୍ତମାନ ଇଂଲଣ୍ଡକୁ ଜିତିବା ପାଇଁ ୩୪୯ ରନ୍‌ର ବିଜୟଲକ୍ଷ୍ୟ ରହିଛି।

ଇଂଲଣ୍ଡ ଟସ୍‌ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଆରମ୍ଭରୁ ପାକିସ୍ତାନର ବ୍ୟାଟିଂରେ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ପାକିସ୍ତାନର ମହମ୍ମଦ ହାଫିଜ୍‌(୮୪) ଏବଂ ବାବର ଅହମ୍ମଦ(୬୩) ଧୁଆଁଧାର ବ୍ୟାଟିଂ କରିଥିଲେ। ତାଙ୍କର ସାଥ୍‌ ଦେଇଥିଲେ ଅଧିନାୟକ ସର୍ଫରାଜ ଅହମ୍ମଦ(୫୫)। ଏଥିସହିତ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୪୮ ରନ୍‌ ସଂଗ୍ରହ କରିଛି।

ଅନ୍ୟପକ୍ଷରେ ଇଂଲଣ୍ଡ ପକ୍ଷରୁ କ୍ରିସ୍‌ ୱକ୍ସ ଏବଂ ମୋଇନ୍‌ ଅଲ୍ଲୀଙ୍କ ବଲ୍‌ରେ ପାକିସ୍ତାନ ବ୍ୟାଟ୍ସମ୍ରାନ୍‌ ଘାଇଲା ହୋଇଥିଲେ। ଉଭୟ ୩ଟି ଲେଖାଏଁ ୱିକେଟ୍ ନେଇ ପାକିସ୍ତାନକୁ ରୋକିବାରେ ସକ୍ଷମ ହୋଇଛନ୍ତି। ବର୍ତ୍ତମାନ ଇଂଲଣ୍ଡ ସାମ୍ନାରେ ୩୪୯ ରନ୍‌ର ବିଜୟ ଲକ୍ଷ ରହିଛି।

Comment