ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ ମହାସମରରେ ସୋମବାର ପାକିସ୍ତାନ ଇଂଲଣ୍ଡ ମୁହାଁମୁହିଁ। ଦିନ ୩ଟାରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ନଟିଂହାମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ମ୍ୟାଚ୍‌ ଅକ୍ତିଆର କରିବାର ଲକ୍ଷ ରଖିଛି।

ଆଜିର ମ୍ୟାଚ୍‌ରେ ପାକିସ୍ତାନ ଟିମ୍‌ରେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ସୋଏବ୍‌ ମଲ୍ଲିକ ସାମିଲ ଅଛନ୍ତି। ତେବେ ଇଂଲଣ୍ଡ ପାଇଁ ଏହା ଭାରି ପଡ଼ିପାରେ। ସର୍ଫରାଜ ଅହମଦଙ୍କ ନେତୃତ୍ୱରେ ପାକିସ୍ତାନ ଟିମ୍‌ ଆଜି ବିପର୍ଯ୍ୟୟ ଘଟାଇବାର ଲକ୍ଷ ରଖିବ।

ଚଳିତ ବିଶ୍ୱକପ୍‌ରେ ୱାର୍ମଅପ୍‌କୁ ମିଶାଇ ଦୁଇଟି ଯାକ ମ୍ୟାଚ୍‌ରେ ପାକିସ୍ତାନ ହାରିଛି। ଅନ୍ୟପକ୍ଷରେ ଇଂଲଣ୍ଡ ଦମଦାର ପ୍ରଦର୍ଶନ କରି ଓପନିଂ ମ୍ୟାଚ୍‌ରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇଛି। ଏହାକୁ ଦୃଷ୍ଟିରେ ରଖିଲେ ଆଜିର ମ୍ୟାଚ୍‌ରେ ଇଂଲଣ୍ଡ ଟିମ୍‌ ପାକିସ୍ତାନକୁ ଚକ୍‌ମା ଦେଇପାରେ ବୋଲି ଅନୁମାନ କରାଯାଉଛି।

Comment