ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ତ୍ତମାନର ସବୁଠାରୁ ବଡ଼ ଖବର। ଭାରତୀୟ ବାୟୁସେନାର ବିମାନ ଏଏନ୍‌-୩୨ ନିଖୋଜ ହୋଇଥିବାର ଖବର ସାମ୍ନାକୁ ଆସିଛି। ପ୍ରାୟ ୨ ଘଣ୍ଟା ହେବ ବିମାନର କୌଣସ ଖୋଜଖବର ମିଳୁନଥିବା ସୂଚନା ମିଳିଛି।

ଏଏନ୍‌-୩୨ ବିମାନ ଆସାମର ଜୋରହାଟ ଏୟାରବେସ୍‌ରୁ ଦିନ ୧୨ଟା ୨୫ରେ  ଉଡ଼ାଣ କରିଥିଲା। ତେବେ ଦିନ ୧ଟା ପରଠୁ ଚୀନ୍‌ ବୋର୍ଡର ପାଖରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ସୂଚନା ଅନୁଯାୟୀ, ବିମାନରେ ୧୩ ଜଣ ଯାତ୍ରୀ ରହିଥିବା ସୂଚନା ମିଳୁଛି। ସେଥିମଧ୍ୟରୁ ୮ ଜଣ କ୍ର୍ୟୁ ମେମ୍ବର ଥିବା ବେଳେ ୫ ଜଣ ଯାତ୍ରୀ।

ଏଏନ୍‌-୩୨ ବିମାନକୁ ଖୋଜିବା ପାଇଁ ବାୟୁସେନାର ଲଢ଼ୁଆ ସୁଖୋଇ-୩୦ ବିମାନ ନିୟୋଜିତ ହୋଇଛି।

Comment