ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁର

ଓଲିଉଡର ଲୋକପ୍ରିୟ ଅଭିନେତା ସଲିଲ ମିତ୍ର ଆଉ ଆମ ସହ ନାହାନ୍ତି। ମେ ୧୨ତାରିଖ ଦିନ ତାଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।  ଏଥିରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ପ୍ରଥମେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ରଖି ଚିକିତ୍ସା କରାଯାଉଥିଲା।

ସେଠାରେ ସେ ଗତ କିଛିଦିନ ହେବ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ।

ସୋମବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି। ସଲିଲଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁନି ଓଲିଉଡ୍। ତାଙ୍କ ଫ୍ୟାନ୍ ମାନେ ବି ମ୍ରିୟମ୍ରାଣ। ସଲିଙ୍କର ପତ୍ନୀ ଓ ୨ଝିଅ ଅଛନ୍ତି।

ସଲିଲ୍ ଆଲବମଠୁ ଆରମ୍ଭ କରି ଫିଲ୍ମ ସବୁଥିରେ ନିଜ ଅଭିନୟର ଜାଦୁ ଦେଖାଇଥିଲେ। ସବୁବେଳେ ପରଦାରେ ଲୋକଙ୍କୁ ହସାଉଥିବା ମଣିଷଟି ଆଜି ଯେମିତି ନିରବି ଯାଇଛି। ତାଙ୍କ ଅଭିନିତ ଫିଲ୍ମ ଆଜ ବି ଲୋକେ ଦେଖି ହସି ହସି ବେଦମ ହୁଅନ୍ତି।

ସେ ବାଳୁଙ୍ଗା ଟୋକା, କେବେ ତମେ ନାହଁ କେବେ ମୁଁ ନାହିଁ, ଶୁଭ ବିବାହ, ତୁ ମୋ ଆରମ୍ଭ ତୁ ମୋ ଶେଷ, ଗପ ହେଲେ ବି ସତ, ଶ୍ରିଷ୍ଟର ଶ୍ରୀଦେବୀ ଭଳି ଏକାଧିକ ଫିଲ୍ମ ରେ କାମ କରିଛନ୍ତି।

Comment