ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ଆଜିକା ସମୟରେ ସମସ୍ତଙ୍କର ଧାରଣ ଯେ ପିଲାଙ୍କୁ ଭଲ ଓ ଏକାଧିକ କୋଚିଂ ଦେଲେ ପିଲା ଭଲ ରେଜଲ୍ଟ କରିବେ ପରୀକ୍ଷାରେ। ଆଉ ଏଥିପାଇଁ ପିଲାଙ୍କଠୁ ଅଧିକ ସେମାନଙ୍କର ବାପା ମା ଏ ନେଇ କନସିୟସ ଥାନ୍ତି।

କିନ୍ତୁ ଏ ସବୁ କଥାକୁ ଭୂଲ ପ୍ରମାଣିତ କରିଛନ୍ତି ଇପ୍ସିତା ଦାସ। ଯେ ଯୁକ୍ତ ୨ ବିଜ୍ଞାନରେ ୯୦ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ଇପ୍ସିତା ଏଥର ଯୁକ୍ତ ଦୁଇ ପରୀକ୍ଷାରେ ୪୪୧ ମାର୍କ ରଖି , ରାଜ୍ୟରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ୬୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜ ନାଁକୁ ସାମିଲ କରି ପାରିଛନ୍ତି।

ସେ କୁହନ୍ତି ବିନା କୋଚିଂରେ ବି ଜଣେ ବହୁତ ଭଲ ମାର୍କ ସ୍କୋର କରିପାରିବ। ସେ ପରୀକ୍ଷା ଲାଗି ନିଜ ଷ୍ଟ୍ରାଟେଜି ନିଜେ ପ୍ରସ୍ତୁତ କରିଥିଲେ। ଇପ୍ସିତା କଲେଜ ବ୍ୟତିତ୍ ପ୍ରତିଦିନ ୭ରୁ ୮ ଘଣ୍ଟା ପରିଶ୍ରମ କରିଥାନ୍ତି।

ଝିଅର ସଫଳତାକୁ ନେଇ ବାପା ମା ଅନେକ ଖୁସି ଅଛନ୍ତି। କେଉଁଠି ନା କେଉଁଠି ଇପ୍ସିତାଙ୍କ ସଫଳତା ପଛରେ ତାଙ୍କ ବାପାମାଙ୍କର ଅନେକ ଭୂମିକା ରହିଛି। ଇପ୍ସିତାଙ୍କ ମା କୁହନ୍ତି, “ଆମେ କେତେ ବେଳେ ତାକୁ ପଢା ପାଇଁ ବାଧ୍ୟ କରିନଥାଉ। ଯେତେ ବେଳେ ତାକୁ ପଢ଼ିବାକୁ ଇଛାହୁଏ ସେ ପଢ଼େ। ଅନେକ ପରିଶ୍ରମ କରିଛି। ବାପା ମା ହିସାବରେ ଆମେ ସବୁବେଳେ ତା ସହ ଥାଉ।”

ମେଧୀବୀ ଛାତ୍ରୀ ଇପ୍ସିତା ଆଗାମୀ ଦିନରେ ଜଣେ ଭଲ ଡାକ୍ତର ହୋଇ ଲୋକଙ୍କ ସେବା କରିବାକୁ ଇଛା ରଖିଛନ୍ତି। ଝିଅର ଲକ୍ଷ୍ୟ ସହ ବାପା ମା ସବୁବେଳେ ଥିବା ସେମାନେ କହିଛନ୍ତି। ଓଡ଼ିଶାଲାଇଭ ପରିବାର ତରଫରୁ ବି ଆମର କାମନା ଇପ୍ସିତା ଆଗାମୀ ଦିନରେ ତାଙ୍କ ସ୍ଵପ୍ନ ସାକାର କରନ୍ତୁ ଓ ରୋଗୀ ସେବା କରି ଭଲ ଡାକ୍ତର ହୁଅନ୍ତୁ।

Comment