ଓଡ଼ିଶାଲାଇଭ ବ୍ୟୁରୋ

  • ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ବୈଠକ
  • ୭ଟି ନୂଆ ପ୍ରକଳ୍ପ ପାଇଁ ବୈଠକରେ ଆଲୋଚନା
  • ୫ଟି ହେବ ନୂଆ ରିସର୍ଟ
  • ବସନ୍ତପୁରରେ ୱାଟର ପାର୍କ
  • ରାଉରକେଲାରେ ଥିମ୍ ପାର୍କ

ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ କେମିତି ହେବ ସେନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ୭ଟି ନୂଆ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ସେଥି ମଧ୍ୟରେ ୫ଟି ନୂଆ ରିସର୍ଟ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି।

ସାତପଡ଼ା, ଉଦୟପୁର, ଗୋପାଳପୁର, ତାମ୍ପରା, ବସନ୍ତପୁର, ରାଉରକେଲା, ତ୍ରିଶୁଳିଆରେ ୭ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହାସହ ଗୋଟିଏ ୱାଟର ପାର୍କ ଏବଂ ଗୋଟିଏ ଥିମ୍ ପାର୍କ ନିର୍ମାଣ ପାଇଁ ବୈଠକରେ ଆଲୋଚନା ହୋଇଛି।

ବସନ୍ତପୁରରେ ୱାଟର ପାର୍କ ଏବଂ ରାଉରକେଲାରେ ଥିମ୍ ପାର୍କ ହେବ ବୋଲି ବୈଠକରେ ଆଲୋଚନା ହୋଇଛି। ଅନ୍ୟ ୫ଟି ଜାଗାରେ ରିସର୍ଟ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି।

ଏହି ପ୍ରକଳ୍ପ ପାଇଁ ୩୫୪ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।

Comment