ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ନିର୍ବାଚନ ଜିତିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଥମ ଥର ପାଇଁ ନିଜ ନିର୍ବାଚନମଣ୍ଡଳୀ କେରଳର ୱାୟନାଡ୍‌ ଗସ୍ତରେ ଯାଇଛନ୍ତି। ତିନି ଦିନିଆ ଗସ୍ତରେ ଯାଇଥିବା ରାହୁଲ ୱାୟନାଡ୍‌ରେ ରୋଡ ସୋ’ କରିବା ସହ ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି।

ରାହୁଲ ମାଲାପୁରମ୍ ଜିଲ୍ଲାର କାଲିକଭୁଠାରେ ପହଞ୍ଚିବା ପରେ ରୋଡ ସୋ’ ବାହାରିଥିଲା। ରାହୁଲ ଏଠାରେ ତିନି ଦିନ ରହି ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। କେରଳର ମୋଟ ୨୦ଟି ଲୋକସଭା ଆସନ ଭିତରୁ କଂଗ୍ରେସ ୧୯ଟିରେ ବିଜୟ ହାସଲ କରିଛି।

ରାହୁଲ ପ୍ରଥମ ଥର ପାଇଁ ୱାୟନାଡରେ ପ୍ରାର୍ଥୀ ହୋଇଥିଲେ। ଉତ୍ତରପ୍ରଦେଶର ଆମେଥିରୁ ରାହୁଲ ଲୋକସଭାକୁ ନିର୍ବାଚିତ ହୋଇ ଆସୁଥିଲେ। ହେଲେ ଚଳିତ ନିର୍ବାଚନରେ ରାହୁଲ ଆମେଥି ସମେତ ୱାୟନାଡରୁ ପ୍ରାର୍ଥୀ ହୋଇଥିଲେ। ଆମେଥିରୁ ନିର୍ବାଚନ ହାରିଥିବା ବେଳେ ୱାୟନାଡରେ ବିଜୟୀ ହୋଇଥିଲେ।

Comment