ଓଡ଼ିଶାଲାଇଭ ବ୍ୟୁରୋ

୨୦୧୯- ୨୦ ଆର୍ଥିକ ବର୍ଷ ପାଇଁ କାଳିଆ ଯୋଜନା ଲାଗି ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ୩୨୩୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛିା

ଏଥିରେ ୩୨ ଲକ୍ଷରୁ ଅଧିକ ଭାଗ ଚାଷୀ ଓ ଭୁମିହୀନ ଚାଷୀଙ୍କୁ ଲାଭ ମିଳିବ। ଏହା ସହ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପୃକତ ହୋଇପାରିବେ। ମୋଟ ୭୫ ଲକ୍ଷ ଚାଷୀ ଉପକୃତ ହେବେ।

ପୂର୍ବରୁ ୪୪ ଲକ୍ଷ ଚାଷୀଙ୍କୁ ସହାୟତା ନିଷ୍ପତ୍ତି ହୋଇଥିଲା। ଏବେ ୩୨.୩୪ ଲକ୍ଷ ହିତାଧିକାରୀ ସାମିଲ ହୋଇଛନ୍ତିା

ନବୀନ ସରକାର ପଞ୍ଚମ ଥର ପାଇଁ ଶାସନକୁ ଆସିବା ପରେ ମେ’ ୨୯ ତାରିଖରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍ ବୈଠକରେ ୩୨.୩୪ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଯୋଜନାର ସୁବିଧା ଦେବା ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଥିଲା। ସେହି ଅନୁସାରେ ଯୋଜନା ଲାଗି ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର।

ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ବେଳେ ମଧ୍ୟ ରାଜ୍ୟ ସରକାର କାଳିଆ ଯୋଜନା ପାଇଁ ୪,୪୬୧ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ।

Comment