ଓଡ଼ିଶାଲାଇଭ ବ୍ୟୁରୋ

୨କେନ୍ଦ୍ର ମନ୍ତ୍ରୀଙ୍କୁ ବିଜେପି ନେତା ଓ କର୍ମୀଙ୍କ ସ୍ଵାଗତ।

କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ଶନିବାର ଓଡ଼ିଶା ଫେରିଛନ୍ତି ୨ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ। ବିମାନବନ୍ଦରରେ ଉଭୟଙ୍କୁ ଦଳ ତରଫରୁ ଭବ୍ୟ ସ୍ଵାଗତ କରାଯାଇଛି। ୨ମନ୍ତ୍ରୀଙ୍କ ସହିତ ବିଜେପିର ନିର୍ବାଚିତ ପ୍ରତିନିଧି ମାନଙ୍କୁ ବି ସ୍ଵାଗତ କରାଯାଇଛି।

ବିମାନବନ୍ଦରରୁ ଉଭୟ ମନ୍ତ୍ରୀ ସିଧା ଶ୍ରୀକ୍ଷେତ୍ର ଯାଇଛନ୍ତି ସେଠାରେ ସେମାନେ ମହାପ୍ରଭୁଙ୍କ ଦର୍ଶନ ସହ ଆର୍ଶିବାଦ ନେବେ। କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ ଗ୍ୟାସ, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଲଘୁ ମଧ୍ୟମ , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ସ୍ଵାଗତ କରିବା ଲାଗି ବିଜେପି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ସେହିପରି ପୁରୀରୁ ଦର୍ଶନ କରି ଫେରିବା ପରେ ଅପରାହ୍ନରେ କେନ୍ଦ୍ର ମନ୍ତ୍ରୀ, ନିର୍ବାଚିତ ବିଧାୟକ ଓ ସାଂସଦ ମାନଙ୍କୁ ସ୍ଵାଗତ ପାଇଁ ପ୍ରଦର୍ଶନୀ ପଡ଼ିଆରେ ଏକ ବିଶେଷ ଆୟୋଜନ ବିଜେପି ପକ୍ଷରୁ କରାଯାଇଛି।

Comment