ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱକପ୍‌ରେ ଆଜି ଘରୋଇ ଟିମ୍‌ ଇଂଲଣ୍ଡକୁ ଭେଟିଛି ବାଂଲାଦେଶ। ୱେଲ୍‌ସର ରାଜଧାନୀ କାଡ୍ରିଫ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ବାଂଲାଦେଶ ପ୍ରଥମେ ବୋଲିଂ ପାଇଁ  ନିଷ୍ପତ୍ତି ନେଇଛି। ତେବେ ଅୟୋଜକ ଇଂଲଣ୍ଡ ପ୍ରଥମେ ପଡ଼ିଆକୁ ଓହ୍ଲାଇ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରୁଛି।

ବର୍ତ୍ତମାନ ୨୦ ଓଭର ସୁଦ୍ଧା ଇଂଲଣ୍ଡ ୧ ୱିକେଟ୍ ହରାଇ ୧୩୦ ରନ୍‌ ସଂଗ୍ରହ କରିଛି। ଇଂଲଣ୍ଡ ୧୨୮ ରନ୍‌ କରିଥିବା ବେଳେ ଜନି ବେୟାରଷ୍ଟୋ (୫୧) ବାଂଲାଦେଶର ମସ୍‌ରଫେ ମୁର୍ତ୍ତଜାଙ୍କ ବଲ୍‌ରେ ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଛନ୍ତି। ବର୍ତ୍ତମାନ ଜସନ୍‌ ରୟ ଏବଂ ଜୋଏ ରୁଟ୍‌ ଟିମ୍‌ ଇଂଲଣ୍ଡର ମଙ୍ଗ ଧରିଛନ୍ତି।

Comment