ଓଡ଼ିଶାଲାଇଭ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କେରଳର ଗୁରୁବାୟୁର ମନ୍ଦିରରେ ପୂଜା ଅର୍ଚ୍ଚନା କରିଛନ୍ତି। ପୂଜା ସମୟରେ ସେଠାକାର ପାରମ୍ପରିକ ପୋଷାକରେ ନଜର ଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି। ସେଠାକାର ରୀତି ଅନୁସାରେ ପୂଜା କରିଛନ୍ତି।
ମୋଦି ଏହି ମନ୍ଦିରେ ଏକ ତରାଜୁରେ ବସିଥିବା ନଜର ଆସିଛନ୍ତି। ତେବେ ଅନ୍ୟ କୌଣସି କାରଣ ପାଇଁ ନୁହେଁ ବରଂଏହା ପୂଜା ପଦ୍ଧତି ମଧ୍ୟରୁ ଗୋଟିଏ। ପୂଜା ନିୟମ ଅନୁସାରେ ଯଦି କେହି ବ୍ୟକ୍ତି ମନ୍ଦିରକୁ କିଛି ଦାନ କରିବାକୁ ଇଛା କରିବ ତେବେ ସେ ବ୍ୟକ୍ତିକୁ ତରାଜୁରେ ବସିବାକୁ ହେବ ଏବଂ ପରେ ତାଙ୍କର ଓଜନ ଅନୁସାରେ ତରାଜୁର ଅନ୍ୟ ପାଖରେ ଯାହା ମନ୍ଦିର ଲାଗି ଦାନ କରିବାକୁ ଇଛା ଥିବା ତାହା ରଖିବାକୁ ପଡ଼ିବ।
ପ୍ରଧାନମନ୍ତ୍ରୀ ମନ୍ଦିରର ଗର୍ଭଗୃହରେ ଶ୍ରୀକୃଷ୍ଣଙ୍କ ପୂଜା କରିଛନ୍ତି। ଏହାପରେ ମୋଦି ସେଠାରେ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ୩୯ହଜାର ୪୨୧ଟଙ୍କା ଦାନ ସ୍ଵରୂପ ଦେଇଛନ୍ତି।


















