ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ବିଧାୟକଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଛି। ଉପଜିଲ୍ଲାପାଳ ରିପୋର୍ଟ ଦେଇଛନ୍ତି। ଏହି ରିପୋର୍ଟରେ ସତ୍ୟତା ଅଛି। ସରକାରଙ୍କୁ ଆମେ ରିପୋର୍ଟ ପ୍ରଦାନ କରିବୁ। ଉପସ୍ଥିତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ’’, କହିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ।

ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ ଆଣି ପିଡବ୍ଲ୍ୟୁଡି ଜୁନିଅର ଇଞ୍ଜିନିଅରଙ୍କୁ ବିଚ୍ ରାସ୍ତାରେ କାନ ଧରି ଉଠ୍‌ବସ୍ କରିଥିଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବଲାଙ୍ଗିର ଜିଲ୍ଲାପାଳ ପାଟଣାଗଡ଼ ଉପଜିଲ୍ଲାପାଳଙ୍କଠାରୁ ରିପୋର୍ଟ ତଲବ କରିଥିଲେ।

ଘଟଣାର ତଦନ୍ତ କରି ଉପଜିଲ୍ଲାପାଳ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି। ଏହି ରିପୋର୍ଟରେ ସତ୍ୟତା ଥିବା ଜିଲ୍ଲାପାଳ କହିଛନ୍ତି।

ଜୁନିଅର ଇଞ୍ଜିନିଅର ଜୟକାନ୍ତ ଶବରଙ୍କ ସ୍ତ୍ରୀ ପ୍ରବୀଣା ରାଜହଂସ ପାଟଣାଗଡ଼ ଥାନାରେ ବିଧାୟକଙ୍କ ବିରୋଧରେ ଏତଲା ଦେଇଥିଲେ। ବିଧାୟକଙ୍କ ବିରୋଧରେ ପୋଲିସ ଆଇପିସି ଧାରା ୩୪୧, ୩୬୩, ୨୯୪, ୩୨୩, ୩୫୩, ୩୫୫ ଏବଂ ଏସ୍‌ସି/ଏସ୍‌ଟି ଆକ୍ଟର ସେକ୍ସନ ୩ ଅନୁଯାୟୀ ମାମଲା ରୁଜୁ ହୋଇଛି।

Comment