ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରା ନୀତି ନିର୍ଘଣ୍ଟ। ସାଢ଼େ ୬ଟାରେ ସ୍ନାନ ମଣ୍ଡପକୁ ବିଜେ କରିବେ ଦାରୁ ବ୍ରହ୍ମ। ଅପରାହ୍ଣ ୪ଟାରେ ରଥଟଣା।

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ଛତିଶା ନିଯୋଗ ବୈଠକ। ରବିବାର ସନ୍ଧ୍ୟା୬ଟାରେ ବସିଥିଲା ଛତିଶା ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି। ଏହି ବୈଠକରେ ଦେବସ୍ନାନ ପୂର୍ଣ୍ଣିମା, ଘୋଷ ଯାତ୍ରା, ନିଳାଦ୍ରୀ ବିଜେ ଏବଂ ଅନ୍ୟାନ୍ୟ ନୀତି ଉପରେ ଛତିଶା ନିଯୋଗ ମୋହର ମାରିଛି।

ନିର୍ଘଣ୍ଟ ନୀତି ଅନୁସାରେ, ଜୁନ୍ ୧୭ ତାରିଖ ଦେବସ୍ନାନ ପୂର୍ଣ୍ଣିମା ଦିନ ଭୋର ସାଢ଼େ ୪ଟାରୁ ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପହଣ୍ଡି ନୀତି ଅନୁଷ୍ଠିତ ହେବ। ସ୍ନାନ ନୀତି ଶେଷ ହୋଇ ରାତି ସାଢ଼େ ୧୦ଟାରେ ବାହୁଡ଼ା ପହଣ୍ଡି ହେବ। ଅପରାହ୍ଣ ୪ଟାରେ ଗଜବେଶ ଅନୁଷ୍ଠିତ ହେବ। ଦେବସ୍ନାନ ପୂର୍ଣ୍ଣିମା ଦିନ ଭୋର ୪ଟାରେ ମଙ୍ଗଳାର୍ପଣ, ସାଢ଼େ ୪ରୁ ସାଢ଼େ ୬ଟା ଡୋର ଲାଗି ଏବଂ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହେବ।

ଜୁଲାଇ ୪ ତାରିଖ ଅର୍ଥାତ୍ ରଥଯାତ୍ରା ଦିନ ସକାଳ ଟାରୁ ରଥ ପ୍ରତିଷ୍ଠା କାର୍ଯ୍ୟ ଶେଷ ହେବ। ସକାଳ ସାଢ଼େ ୯ଟାରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ପହଣ୍ଡି। ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ।

ଅନ୍ୟପଟେ ସ୍ନାନ କାର୍ଯ୍ୟଠୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମନ୍ତ ନୀତି ଶାନ୍ତିଶୃଙ୍ଖଳାରେ ଶ୍ୟେ ହେବା ପାଇଁ ଶ୍ରୀମନୟନ୍ଦିର ପ୍ରଶାସନ ଦୃଷ୍ଟି ରଖିଛନ୍ତି।

ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସକାଳ ୬ରୁ ସାଢ଼େ ୬ଟା ଭିତରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ରୋଷହୋମ।

୭ଟାରୁ ସାଢ଼େ ୭ଟା ଭିତରେ ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ। ସକାଳ ୮ରୁ ୯ଟା ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ), ସକାଳ ୯ଟାରେ ରଥ ପ୍ରତିଷ୍ଠା, ୯ଟା ୧୫ରେ ମଙ୍ଗଳାର୍ପଣ, ସାଢ଼େ ୯ଟାରେ ପହଣ୍ଡି ଆରମ୍ଭ ହେବ।

ସାଢ଼େ ୧୨ଟାରେ ପହଣ୍ଡି ଶେଷ ପରେ ସାଢ଼େ ୧୨ରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ମଦନମୋହନ ବିଜେ, ସାଢ଼େ ୧ରୁ ସାଢ଼େ ୨ଟା ପର୍ଯ୍ୟନ୍ତ ଚିତାଲାଗି, ବେଶ ଶେଷ, ୨ଟାରୁ ୩ଟା ଛେରାପହଁରା, ଅପରାହ୍ଣ ୩ରୁ ୪ଟା ଭିତରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା କାମ ଶେଷ ହେବ। ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ରଥଟଣା ସରିବା ପରେ ଅନ୍ୟାନ୍ୟ ନୀତି ଆରମ୍ଭ ହେବ।

ସେହିଭଳି ଜୁନ ୧୨ରେ ରାଜେନ୍ଦ୍ରାଭିଷେକ। ଜୁନ ୧୩ରେ ରୁକ୍ମିଣୀ ଏକାଦଶୀ। ଜୁନ ୧୪ରେ ଚମ୍ପକ ଦ୍ୱାଦଶୀ। ଜୁନ୍ ୨୮ରେ ଚକାବିଜେ। ଜୁନ୍ ୨୯ରେ ଖଳିଲାଗି ଏକାଦଶୀ। ଜୁନ୍ ୩୦ରେ ରାଜପ୍ରସାଦ ବିଜେ। ଜୁଲାଇ ୧ରେ ଘଣାଲାଗି ଓ ବନକଲାଗି, ଜୁଲାଇ ୨ରେ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ, ଜୁଲାଇ ୩ରେ ରଥ ଆଜ୍ଞାମାଳ ବିଜେ, ଜୁଲାଇ ୮ରେ ହେରାପଞ୍ଚମୀ, ଜୁଲାଇ ନୀତି। ୯ରେ ରଥ ଦକ୍ଷିଣମୋଡ଼ ହେବ। ଜୁଲାଇ ୧୧ରେ ସଂଧ୍ୟା ଦର୍ଶନ ଏବଂ ଜୁଲାଇ ୧୨ରେ ବାହୁଡ଼ା ଯାତ୍ରା ପାଇଁ ନୀତି ପ୍ରସ୍ତୁତ ହୋଇଛି।

ନବଯୌବନ ଦର୍ଶନ ଦିନ ସାଢ଼େ ୨ଟାରୁ ସାଢ଼େ ୩ଟା ପରିମାଣିକ ଓ ସାଢ଼େ ୩ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ସାହାଣମେଳା ଦର୍ଶନ ପାଇଁ ନୀତି ଚୂଡ଼ାନ୍ତ ହୋଇଛି। ବାହୁଡ଼ା ଦିନ ୧୨ଟାରୁ ସାଢ଼େ ୨ଟା ଭିତରେ ବାହୁଡ଼ା ପହଣ୍ଡି ଓ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ଛତିଶା ବୈଠକରେ ନିଷ୍ପତ୍ତି ନିଆଯାଇଛି।

Comment