ଓଡ଼ିଶାଲାଇଭ ବ୍ୟୁରୋ

୧୦ ତାରିଖ ସୋମବାର ଅପରାହ୍ଣ ୪ଟା୩୦ ସୁଦ୍ଧା ଆଗ୍ରହୀ ଚ୍ୟାନେଲମାନେ ରଥଯାତ୍ରାର ସିଧାପ୍ରସାରଣ ରାଇଟ୍‌ସ୍ ଲାଗି ଓଡ଼ିଶା ସରକାର ଟେଣ୍ଡର ଲାଗି ଆବେଦନ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ଶ୍ରୀଜୀଉମାନଙ୍କ ସ୍ନାନ ପୂର୍ଣ୍ଣିମା, ଶ୍ରୀଗୁଣ୍ଡିଚା, ବାହୁଡ଼ା, ସୁନା ବେଶ, ଅଧର ନୀତି ଏବଂ ନୀଳାଦ୍ରୀ ବିଜେ ନୀତି ପାଇଁ ଏହି ଟେଣ୍ଡର ମାଧ୍ୟମରେ ଉପଯୁକ୍ତ ପ୍ରସାରଣକାରୀଙ୍କୁ ଚୟନ କରାଯିବ।

ମନ୍ଦିର ପ୍ରଶାସନର ନିଷ୍ପତ୍ତି ନେଇ ସେବାୟତ ମାନେ କହିଛନ୍ତି କି ଏହା ସମ୍ପୁର୍ଣ୍ଣ ମନ୍ଦିର ପ୍ରଶାସନର ପରିସରଭୁକ୍ତ, ଏହାସହିତ ସେବାୟତ ମାନେ କହିଛନ୍ତି କି ଜଗନ୍ନାଥଙ୍କ ରଥଯାତ୍ରାର ପ୍ରଚାର ପ୍ରସାର ଅଧିକରୁ ଅଧିକ ହେବା ଆବଶ୍ୟକ।

ଜୁଲାଇ ୪ ତାରିଖରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ରଥଯାତ୍ରାର ସିଧାପ୍ରସାରଣ କରିବାକୁ ବିଭିନ୍ନ ଟିଭି ଚ୍ୟାନେଲ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। କିନ୍ତୁ ସ୍ନାନ ପୂର୍ଣ୍ଣିମାର ମାତ୍ର ୧୦ ଦିନ ପୂର୍ବରୁ ସରକାର ଏକ ଅଭୁତ ନିୟମ ଆଣି ସିଧାପ୍ରସାରଣ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଫଳରେ ବିଭିନ୍ନ ମହଲରେ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ବିଭିନ୍ନ କମର୍ସିଆଲ ଇଭେଣ୍ଟ ଭଳି ଏବେ ରଥଯାତ୍ରାର ସିଧାପ୍ରସାରଣ ରାଇଟ୍‌ସ୍ ଲାଗି ଓଡ଼ିଶା ସରକାର ଟେଣ୍ଡର ଡାକିଛନ୍ତି। ୪ ଜୁନରେ ଜାରି ହୋଇଥିବା ଶ୍ରୀମନ୍ଦିର ପ୍ରଶାସନର ଚିଠି ନମ୍ବର ୫୯୧୭ ଅନୁଯାୟୀ ବିଭିନ୍ନ ଟିଭି ଚ୍ୟାନେଲକୁ ଏହି ଟେଣ୍ଡରରେ ଭାଗ ନେବାକୁ ଆମନ୍ତ୍ରଣ କରାଯାଇଛି।

Comment