ଓଡ଼ିଶଲାଇଭ ବ୍ୟୁରୋ

ଲୋକସଭା ନିର୍ବାଚନ ସରିବା ପରେ ମଧ୍ୟ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନାଁ ନେଉନାହିଁ। ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କୁ ହତ୍ୟା ପରେ ଆଜି ବିଜେପି ସେଠାରେ ୧୨ ଘଣ୍ଟିଆ କଳା ଦିବସ ପାଳନ କରୁଛି। ରାଜନୈତିକ ହତ୍ୟାକୁ ବିରୋଧ କରି ବିଜେପି ଏହି କଳା ଦିବସ ପାଳନ କରୁଥିବା ଜଣାପଡ଼ିଛି।

ଲଗାତର ପଶ୍ଚିମବଙ୍ଗରେ ହିଂସାକୁ ନେଇ ଗୃହମନ୍ତ୍ରାଳୟ ପକ୍ଷରୁ ସୁରକ୍ଷା ଆଡଭାଇଜରୀ ଜାରି କରାଯାଇଛି। ଏନେଇ ଗୃହମନ୍ତ୍ରୀ ଅମିତ ଶାହ ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ ପଶ୍ଚିମବଙ୍ଗ ସମେତ  ଜମ୍ମୁ କଶ୍ମୀରର ଓ ଅନ୍ୟ ରାଜ୍ୟର ସୁରକ୍ଷା ନେଇ ଆଲୋଚନା ହୋଇପାରେ। ବୈଠକରେ ଶାହ ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଆଇବି ସଚିବ ଉପସ୍ଥିତ ରହିଛନ୍ତି।

ଶନିବାର ପଶ୍ଚିମବଙ୍ଗର ବସିରହାଟରେ ଶନିବାର ବିଜେପି ଓ ଟିଏମସି ମଧ୍ୟରେ ବିବାଦ ହୋଇଥିଲା। ଏହି ଘଟଣା ପରେ ଟିଏମସିର ଜଣେ , ଓ ବିଜେପିର ୩ କର୍ମକର୍ତ୍ତାଙ୍କ ମୃତ୍ୟୁ ହୋଇଥିଲା। ବିଜେପି କର୍ମୀଙ୍କୁ ଏହି ହତ୍ୟା ଟିଏମସି କର୍ମୀ ହତ୍ୟା କରିଥିବା ବିଜେପି ଅଭିଯୋଗ କରିଥିଲା। ଏହାକୁ ବିରୋଧ କରି ସୋମବାର ବିଜେପି ପକ୍ଷରୁ ପଶ୍ଚିମବଙ୍ଗରେ କଳା ଦିବସ ପାଳନ କରାଯାଉଛି।

Comment