ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସରୁ ଇସ୍ତଫା ଦେଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ସୁରିୟା ରାଓ। ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି କେ. ସୁରିୟା ରାଓ କଂଗ୍ରେସ ଛାଡ଼ିଛନ୍ତି। ଏନେଇ ସୁରିୟା ରାଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଦେଇଛନ୍ତି।

୨୦୧୪ ବିଧାନସଭା ନିର୍ବାଚନରେ କେ. ସୁରିୟା ରାଓ ପାରଳାଖେମୁଣ୍ଡି ଆସନରେ କଂଗ୍ରେସରୁ  ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ଚଳିତ ନିର୍ବାଚନରେ ସୁରିୟା ରାଓଙ୍କ ପ୍ରଦର୍ଶନ ବହୁତ ଖରାପ ଥିଲା। ତେବେ ଦଳ ତାଙ୍କୁ ଅଣଦେଖା କରୁଥିବା ଉଲ୍ଲେଖ କରି ଗୁରବାର କଂଗ୍ରେସ ଛାଡ଼ିଛନ୍ତି ପୂର୍ବତନ ବିଧାୟକ କେ. ସୁରିୟା ରାଓ।

୨୦୧୯ ନର୍ବାଚନରେ ପାରଳାଖେମୁଣ୍ଡିରେ ହୋଇଥିଲା ବିଜେପିର କେ. ନାରାୟଣ ରାଓ ଏବଂ ସ୍ୱାଧୀନ ପ୍ରାର୍ଥୀ ତିରୁପତି ପାଣିଗ୍ରାହୀଙ୍କ ମଧ୍ୟରେ ଜୋରଦାର ଲଢ଼େଇ। ଅନ୍ୟପକ୍ଷରେ ସୁରିୟା ରାଓ ଥିଲେ ତୃତୀୟ ସ୍ଥାନରେ। ଶେଷରେ ବିଜେପି ପ୍ରାର୍ଥୀ କେ. ନାରାୟଣ ରାଓ ୧୫୩୩୫ ଭୋଟରେ ତିରୁପତି ପାଣିଗ୍ରାହୀଙ୍କୁ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

Comment