ଓଡ଼ିଶାଲାଇଇ ବ୍ୟୁରୋ

ପ୍ରତି ବର୍ଷ ପରି ଏବର୍ଷ ବି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ସବୁ ଚ୍ୟାନେଲ କରିପାରିବେ। ଅର୍ଥାତ କୌଣସି ଚ୍ୟାନେଲ ରଥଯାତ୍ରା ସିଧାପ୍ରସାରଣରୁ ବାଦ ପଡ଼ିବେ ନାହିଁ।

ପୁରୀରେ କିଛି ସମୟ ପୂର୍ବରୁ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏ ନେଇ ସୂଚନା ଦେଇଛନ୍ତି।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ,“ଚ୍ୟାନେଲ ମାନଙ୍କୁ ଶ୍ରୀମନ୍ଦିର ପାଣ୍ଠିକୁ କିଛି ଅର୍ଥ ଦେବାକୁ ହେବ। ଏ ନେଇ ଦୁଇଦିନ ମଧ୍ୟରେ ଚ୍ୟାନେଲର ମୁଖ୍ୟ ମାନଙ୍କୁ ଡକାଯାଇ ଆଲୋଚନା କରାଯିବ ତାହାପରେ କୌଣସି ଏକ ନିଷ୍ପତ୍ତି ନିଆଯିବ।”

ଗତକାଲି ଟିଭି ଚ୍ୟାନେଲ ମାନଙ୍କ ପକ୍ଷରୁ ସରକାରଙ୍କ ତରଫରୁ ମଗାଯାଇଥିବା ବିଡିଂକୁ ଖୋଲାଯାଇଥିଲା। ଯେଉଁଥିରେ ଓଡ଼ିଆ ଓ ହିନ୍ଦି ସମେତ ମୋଟ ୭ଟି ଚ୍ୟାନେଲ ଅଂଶଗ୍ରହଣ କରିଥିଲେ।

ଫନିରେ ମୁଖ୍ୟ ମନ୍ଦିର ଓ ନୀଳଚକ୍ରରେ ସେମିତି କୌଣସି କ୍ଷତି ହୋଇନାହିଁ। ଏଏସଆଇ ଦ୍ୱାରା ଡ୍ରୋନ ମାଧ୍ୟମରେ ଉଠାଯାଇଥିବା ଫଟୋରୁ ଏହା ସ୍ପଷ୍ଟ ହୋଇଥିବା ଆଜି ବୈଠକରେ କୁହାଯାଇଛି।

Comment