ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁଲାଇ ୬ରୁ ଶ୍ରୀମନ୍ଦିର ଭିତରର ମରାମତି କରାଯିବ। ଏନେଇ ଭୁବନେଶ୍ୱରରେ ଆଜି ଶ୍ରୀମନ୍ଦିର ସୁରକ୍ଷା ନେଇ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ୫ ଓ ୬ ତାରିଖରେ ଏଏସ୍‌ଆଇ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ କରିବେ ବୋଲି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ମୁଖ୍ୟ ପ୍ରଶାସକ କହିଛନ୍ତି, ‘‘ଗର୍ଭଗୃହ, ନାଟମଣ୍ଡପ, ରୋଷଘର ଓ ଜଗମୋହନ ମରାମତି ହେବ। ଆସନ୍ତା ୧୬ ତାରିଖରେ ଜୟ ବିଜୟଙ୍କ ମୂର୍ତ୍ତି ସଂସ୍ଥାପନ କରାଯିବ।’’

ନୀଳଚକ୍ର ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ନୀଳଚକ୍ର ସୁରକ୍ଷିତ ଅଛି, ଏହାକୁ କେବଳ ସୁଦୃଢ଼ କରାଯିବ।

Comment