ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁବାର ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ମହା-ମୁକାବିଲା ଟସ୍‌ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି।

ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ ୨୦୧୯ରେ ଗୁରୁବାର ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ହେବ ମହା-ମୁକାବିଲା। ସାଉଥମ୍ପଟନ୍‌ରେ ଦିନ ୩ଟା ବେଳେ ଏହି ମ୍ୟାଚ୍‌ ଆରମ୍ଭ ହୋଇଥିବା ବେଳେ ଟସ୍‌ ଜିତି ଆୟୋଜକ ଇଂଲଣ୍ଡ ଟିମ୍‌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।

ଚଳିତ ବିଶ୍ୱକପ୍‌ରେ ଗୁରୁବାର ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୧୯ତମ ମ୍ୟାଚ୍ ଖେଳାଯାଉଛି। ୱେଷ୍ଟଇଣ୍ଡିଜ୍‌ର ଓପନିଂ କରିଛନ୍ତି କ୍ରିସ୍‌ ଗେଲ୍‌ ଏବଂ ଏଭିନ୍‌ ଲୁଇସ୍‌। ତେବେ ମାତ୍ର ୨ ଓଭର ଖେଳି ଲୁଇସ୍‌ ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଛନ୍ତି।

ୱେଷ୍ଟଇଣ୍ଡିଜ୍‌ ଟିମ୍‌କୁ ଷ୍ଟାର୍ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍ ଫେରିଥିବା ବେଳେ ଆଶଲେ ନର୍ସ, କେମାର ରୋଚ୍ ଓ ଡାରେନ୍ ବ୍ରାଭୋ ବାଦ୍ ପଡ଼ିଛନ୍ତି।

ଅନ୍ୟପକ୍ଷରେ ଇଂଲଣ୍ଡ ଟିମ୍‌ ଚଳିତ ବିଶ୍ୱକପ୍‌ରେ ୩ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ହୋଇଛି। ଏଥିସହିତ ଇଂଲଣ୍ଡ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ଗୋଟିଏ ମ୍ୟାଚ୍‌ରେ ଜିତି ଅଷ୍ଟମ ସ୍ଥାନରେ ରହିଛି।

Comment