ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱକପ୍‌ ୨୦୧୯ରେ ଗୁରୁବାର ମୁହାଁମୁହିଁ ହୋଇଛନ୍ତି ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍‌। ସାଉଥମ୍ପଟନ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ୱେଷ୍ଟଇଣ୍ଡିଜ୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରି ୪୪.୪ ଓଭରରେ ୨୧୨ ରନ୍‌ ସଂଗ୍ରହ କରି ସମସ୍ତ ୱିକେଟ୍ ହରାଇଛି।

ଟସ୍‌ ଜିତି ଆୟୋଜକ ଇଂଲଣ୍ଡ ଟିମ୍‌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଥିଲା। ଆରମ୍ଭରୁ ଇଣ୍ଡିଜ୍‌ ଦଳର ବ୍ୟାଟିଂରେ ବିପର୍ଯ୍ୟୟ ଘଟିଥିଲା।

କ୍ରିସ୍‌ ଗେଲ୍‌ ଏବଂ ଏଭିନ୍‌ ଲୁଇସ୍‌ ୱେଷ୍ଟଇଣ୍ଡିଜ୍‌ ପାଇଁ ଓପନିଂ କରିଥିବା ବେଳେ ମାତ୍ର ୨ ଓଭର ଖେଳି ଲୁଇସ୍‌ ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଥିଲେ। ଏହାପରେ କ୍ରିସ୍‌ ଗେଲ୍‌ ୪୧ ବଲ୍‌ରେ ୩୬ ରନ୍‌ କରି ପ୍ଲଙ୍କେଟ୍‌ଙ୍କ ବଲ୍‌ରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଇଣ୍ଡିଜ୍‌ ଦଳ ପାଇଁ ନିକୋଲାସ ପୁରନ୍‌ ସର୍ବାଧିକ ୬୩(୭୮) ରନ୍‌ ସଂଗ୍ରହ କରିଛନ୍ତି।

ଅନ୍ୟପକ୍ଷରେ ଇଂଲଣ୍ଡ ଟିମ୍‌ର ଜବରଦସ୍ତ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଜୋଫ୍ରା ଆର୍ଚେର ଏବଂ ମାର୍କ ହୁଡ୍‌ଙ୍କ ବଲ୍‌ରେ ଘାଇଲା ହୋଇଥିଲା ୱେଷ୍ଟଇଣ୍ଡିଜ୍‌ ଟିମ୍‌। ଆର୍ଚେର ଏବଂ ହୁଡ୍‌ ୩ଟି ଲେଖାଏଁ ୱିକେଟ୍‌ ସଂଗ୍ରହ କରିଥିବା ବେଳେ ଜୋଏ ରୁଟ୍‌ଙ୍କୁ ମିଳିଛି ୨ଟି ୱିକେଟ୍‌। ବର୍ତ୍ତମାନ ଇଂଲଣ୍ଡ ଟିମ୍‌ ସାମ୍ନାରେ ୨୧୩ ରନ୍‌ର ବିଜୟଲକ୍ଷ୍ୟ।

Comment