ଓଡ଼ିଶାଲାଇଭ୍‌ ବ୍ୟୁରୋ

ହିଟ୍‌ ମ୍ୟାନ୍‌ ରୋହିତ ଶର୍ମାଙ୍କ ଧୂଆଁଧାର ଶତକ। ୨୦୦ ରନ୍‌ ପାର କଲା ଟିମ୍‌ ଇଣ୍ଡିଆ।

ଭାରତ-ପାକିସ୍ତାନ ମଧ୍ୟରେ ରବିବାର ମାଞ୍ଚେଷ୍ଟରଠାରେ ଜବରଦସ୍ତ ମୁକାବିଲା ଚାଲିଛି। ୩୫ ଓଭର ସୁଦ୍ଧା ଟିମ୍‌ ଇଣ୍ଡିଆ ୨୦୦ ରନ୍‌ର ସ୍କୋର ପାର କରିଛି। ହିଟ୍‌ ମ୍ୟାନ୍‌ ରୋହିତ ଶର୍ମାଙ୍କ ଧୂଆଁଧାର ଶତକ ବଳରେ ଟିମ୍‌ ଇଣ୍ଡିଆ ଆଗକୁ ଅଗ୍ରସର ହେଉଛି।

ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ରୋହିତ ଶର୍ମା ଏବଂ ଲୋକେଶ ରାହୁଲଙ୍କ ପାର୍ଟନରସିପ୍‌ରେ ଜବରଦସ୍ତ ଓପନିଂ କରିଥିଲା। ରାହୁଲ ୫୭ ରନ୍‌ରେ ଆଉଟ୍‌ ହେବା ପରେ ହିଟ୍‌ ମ୍ୟାନ୍‌ଙ୍କ ଆକ୍ରାମକ ବ୍ୟାଟିଂ ଆରମ୍ଭ ହୋଇଥିଲା। ୮୫ ବଲ୍‌ରେ ରୋହିତ ଶର୍ମା ଶତକ ମାରିଛନ୍ତି।

ରୋହିତଙ୍କ ଏହି ଶତକ ବଳରେ ଟିମ୍‌ ଇଣ୍ଡିଆ ୨୦୦ ରନ୍‌ର ପାର କରିଛି। ବର୍ତ୍ତମାନ ରୋହିତ ଶର୍ମାଙ୍କ ସାଥ୍‌ ଦେଉଛନ୍ତି ଅଧିନାୟକ ବିରାଟ କୋହଲି। ଅଧିନାୟକ ଏବଂ ଉପ-ଅଧିନାୟକଙ୍କ ଯୋଡ଼ି ଟିମ୍‌ ଇଣ୍ଡିଆକୁ ବଡ଼ ସ୍କୋର କରିବାରେ ଅଗ୍ରସର କରାଉଛି।

Comment