ଓଡ଼ିଶାଲାଇଭ ବ୍ୟୁରୋ

ରକ୍ତଦାନ ଦ୍ୱାରା ଜଣେ ଅନ୍ୟ ଜଣଙ୍କର ଜୀବନ ବଞ୍ଚାଇ ପାରିବ। ହେଲେ ରକ୍ତଦାନ ପ୍ରତି ରହିଥିବା କିଛି ଭୁଲ ଧାରଣା ପାଇଁ ଅନେକ ରକ୍ତଦାନ କରି ନଥାନ୍ତି। ସେଥିପାଇଁ ଜାଣି ରଖନ୍ତୁ ରକ୍ତାଦାନ ପ୍ରତି କ’ଣ ରହିଛି ଭ୍ରାନ୍ତ ଧାରଣା…

-ରକ୍ତଦାନ ପରେ ଦୁର୍ବଳତା ଅନୁଭବ ହୋଇଥାଏ ବୋଲି ଅନେକ ଲୋକଙ୍କ ଧାରଣା ଥାଏ। ପ୍ରକୃତରେ କିନ୍ତୁ ରକ୍ତଦାନ ପରେ ଲଗାତର ପୌଷ୍ଟିକ ଖାଦ୍ୟ ଖାଇଲେ ଏହି ସମସ୍ୟା ରହେ ନାହିଁ।

-ରକ୍ତଦାନ ପରେ ଆପଣ ଦୈନନ୍ଦିନର କାମ କରିପାରିବେ ନାହିଁ ବୋଲି ଧାରଣା ରହିଛି। ପ୍ରକୃତରେ କିନ୍ତୁ ଆପଣ ନିଜର ଦୈନନ୍ଦିନର କାମ କରିବା ସହିତ ଖୁସିରେ ବଞ୍ଚିପାରିବେ।

-ରକ୍ତଦାନ ପରେ ଶରୀରରେ ରକ୍ତ କମ୍ ହୋଇନଥାଏ। ବରଂ ନୂଆ ରକ୍ତ ଶୀଘ୍ର ତିଆରି ହୁଏ।

-ରକ୍ତଦାନର ୩ ଘଣ୍ଟା ପୂର୍ବରୁ ପୌଷ୍ଟିକ ଖାଦ୍ୟ ଖାଆନ୍ତୁ। ରକ୍ତଦାନ ପୂର୍ବରୁ ଧୂମପାନ କରନ୍ତୁ ନାହିଁ। ୪୮ ଘଣ୍ଟା ମଧ୍ୟରେ ମଦ ପିଇଥିଲେ ରକ୍ତଦାନ କରିବାକୁ ଆପଣ ଯୋଗ୍ୟ ହୋଇପାରିବେ ନାହିଁ।

-୧୮ରୁ ୬୮ ବର୍ଷ ମଧ୍ୟରେ ସୁସ୍ଥ ଥିବା ବ୍ୟକ୍ତି ରକ୍ତଦାନ କରିବାକୁ ଯୋଗ୍ୟ। କିନ୍ତୁ ଶରୀରର ଓଜନ ୪୫ କିଲୋରୁ ଅଧିକ ଓ ରକ୍ତରେ ହିମୋଗ୍ଲୋବିନର ମାତ୍ରା ୧୨ ପ୍ରତିଶତରୁ ଅଧିକ ରହିବା ଆବଶ୍ୟକ।

-ପିଲାଙ୍କୁ ସ୍ତନ୍ୟପାନ କରାଉଥିବା ମହିଳା ରକ୍ତ ଦେଇପାରିବେ ନାହିଁ।

Comment