ଓଡ଼ିଶାଲାଇଭ୍ ବ୍ୟୁରୋ

Holy Bath of Deities on Snana Purnima

  • ୧୦୮ ଗରାରେ ସ୍ନାନ କଲେ
  • ସୁନାକୁଅରୁ ଆସିଲା ସୁବାସିତ ଜଳ
  • ଅପରାହ୍ଣ ୪ଟାରୁ ମହାପ୍ରଭୁଙ୍କ ହାତୀ ବେଶ
  • ସାଢ଼େ ୭ଟାରୁ ସାହାଣମେଲା ଦର୍ଶନ

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପରେ ଶ୍ରୀଜୀଉ। ସେବାୟତମାନେ ତିନି ଠାକୁରଙ୍କୁ ପହଣ୍ଡିରେ ସ୍ନାନମଣ୍ଡପରେ ବିଜେ କରିବା ପରେ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ସ୍ନାନ କରିଛନ୍ତି। ସୁନାକୁଅରୁ ଗରାବଡ଼ୁ ସେବାୟତମାନେ ପାଣି ଆଣିଥିଲେ।

ଆଜି ସକାଳୁ ସେବାୟତମାନେ ମହାପ୍ରଭୁଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପକୁ ଆଣିଥିଲେ। ପ୍ରଥମେ ମହାପ୍ରଭୁ ସୁଦର୍ଶନଙ୍କୁ ପହଣ୍ଡି କରାଯାଇଥିଲା। ପରେ ବଳଭଦ୍ର, ଜଗନ୍ନାଥ ଏବଂ ଶେଷରେ ସୁଭଦ୍ରାଙ୍କ ପହଣ୍ଡି କରାଯାଇଥିଲା।

Holy Bath of Deities on Snana Purnima

ପରମ୍ପରା ଅନୁଯାୟୀ ମହାପ୍ରଭୁ ଜଗନ୍ନାଥ ୩୫ ଗରା, ବଳଭଦ୍ର ୩୩, ଦେବୀ ସୁଭଦ୍ରା ୨୨ ଏବଂ ସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରାଯାଇଛି।

ଅପରାହ୍ଣ ୪ଟାରୁ ମହାପ୍ରଭୁ ହାତୀ ବେଶରେ ଦର୍ଶନ ଦେବେ। ସନ୍ଧ୍ୟା ସାଢ଼େ ୭ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ଆରମ୍ଭ ହେବ। ସାହାଣମେଲା ଦର୍ଶନ ପରେ ପୁଷ୍ପାଞ୍ଜଳି ଡୋରାଲାଗି ଆରମ୍ଭ ହେବ। ପରେ ୧୦.୩୦ରୁ ୧.୩୦ରେ ବାହୁଡ଼ା ପହଣ୍ଡି ହେବ। ପରେ ମହାପ୍ରଭୁଙ୍କୁ ଅଣସର ଘରକୁ ନିଆଯିବ।

Devotees Prayer at Puri Jagannath

୧୪ ଦିନ ପର୍ଯ୍ୟନ୍ତ ସେ ଅଣସର ଘରେ ରହିବେ ମହାପ୍ରଭୁ। ୧୦୮ ଗରା ପାଣିରେ ସ୍ନାନ କରିଥିବାରୁ ମହାପ୍ରଭୁଙ୍କୁ ଜର ହେବ। ରାଜ ବୈଦ୍ୟ ତାଙ୍କର ଉପଚାର କରିବେ। ଅଣସର ଘରୁ ବାହାରିବା ପରେ ମହାପ୍ରଭୁ ରଥରେ ବସି ମାଉସୀ ଘରକୁ ଯିବେ।

Comment