ଓଡ଼ିଶାଲାଇଭ୍ ବ୍ୟୁରୋ

କାଳବୈଶାଖି ପ୍ରଭାବରୁ ସୋମବାର ରାତିରେ ରାଜ୍ୟର କେତେକ ସ୍ଥାନରେ ବଜ୍ରପାତ ସହ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। ଏନେଇ ୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ସତର୍କ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ଗଜପତି, ରାୟଗଡ଼ା।
ବର୍ଷା ସାଙ୍ଗକୁ ଝଡ଼ତୋଫାନ ସହ ଏହି ସବୁ ଜିଲ୍ଲାଗୁଡ଼ିକରେ ବଜ୍ରପାତ ହେବାର ଆଶଙ୍କା ପକରାଯାଉଛି। ସନ୍ଧ୍ୟା ୬.୩୦ରୁ ରାତି ୧୦.୩୦ ଯାଏଁ ଏହି ସବୁ ଜିଲ୍ଲାକୁ ସତର୍କ ଜାରିହୋଇଛି। ଝଡ଼ତୋଫାନ ସମୟରେ ଘରୁ ବାହାରକୁ ନବାହାରିବା ପାଇଁ ଆଇଏମ୍ଡି ପରାମର୍ଶ କରିଛି।

















