ଓଡ଼ିଶାଲାଇଭ ବ୍ୟୁରୋ

ସନ୍ତାନ ଜନ୍ମ ପରେ ମହିଳାମାନେ ବିଭିନ୍ନ ପ୍ରକାର ମାନସିକ ସମସ୍ୟାର ସାମ୍ନା କରିଥାନ୍ତି। ସେଥିମଧ୍ୟରୁ ପୋଷ୍ଟପାର୍ଟମ ଡିପ୍ରେସନ୍ (ପ୍ରସବୋତ୍ତର ଅବସାଦ)ଅନ୍ୟତମ। ସନ୍ତାନ ଜନ୍ମ ପରେ ଶରୀରରେ ହରମୋନର ପରିବର୍ତ୍ତନ ଯୋଗୁଁ ଏପରି ସମସ୍ୟା ହୋଇଥାଏ।

-ସନ୍ତାନ ଜନ୍ମ ପରେ ଅଧିକାଂଶ ସମୟରେ ମହିଳାମାନେ ଆଉ କିଛି କାମ କରିପାରିବେ ନାହିଁ ବୋଲି ମନେ କରନ୍ତି। ଏହି ଭାବନା ହିଁ ସେମାନଙ୍କୁ ମାନସିକ ଭାବେ ଅବସାଦଗ୍ରସ୍ତ କରିଥାଏ।

-ପ୍ରସବ ପରେ କିଛି କ୍ଷେତ୍ରରେ ମହିଳାମାନେ ନିଜକୁ ଅସହାୟ ବୋଲି ମନେ କରନ୍ତି। ପିଲାମାନଙ୍କର ଦେଖାଶୁଣା କରିବା ନେଇ ଚାପରେ ରହୁଥିବାବେଳେ ଏହାର ସ୍ତର ବଢିଗଲେ ତାହା ମାନସିକ ଅବସାଦର ରୂପ ନିଏ।

-ଏଭଳି ସ୍ଥିତିରେ ସେମାନେ କୌଣସି ନିର୍ଣ୍ଣୟ ନେଇପାରନ୍ତି ନାହିଁ । ପୁଣି ସବୁ କଥା ଭୁଲିବାକୁ ଆରମ୍ଭ କରନ୍ତି।

-ସେମାନଙ୍କୁ ଭୋକ କମ୍ ଲାଗିଥାଏ। ତେଣୁ ଖାଦ୍ୟପ୍ରତି ଅରୁଚି ବଢେ।

-ଏଭଳି ସ୍ଥିତିରୁ ରକ୍ଷା ପାଇବା ଲାଗି ଲୋକମାନଙ୍କ ସହ ମିଶିବାକୁ ଅଭ୍ୟାସ କରିବା ଆବଶ୍ୟକ।

-ଖାଦ୍ୟ ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଲେ ଏନର୍ଜି ଫେରିଥାଏ, ଯାହାଦ୍ୱାରା କି ଆତ୍ମବିଶ୍ୱାସ ବଢେ।

-ଏହାଛଡ଼ା ସ୍ୱାମୀ ବା ପରିବାର ଲୋକଙ୍କ ସହ ବାହାରକୁ ବୁଲିବାକୁ ଗଲେ ମଧ୍ୟ ମନ ପରିବର୍ତ୍ତନ ହୋଇଥାଏ।

-ଆଉ କିଛି ମହିଳା ମା’ ହେବା ପରେ ନିଜର ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ହୋଇପଡ଼ନ୍ତି। ଏହି ସମସ୍ୟାରୁ ରକ୍ଷା ପାଇବା ଲାଗି ଜିମ୍ ଯିବା ଆବଶ୍ୟକ।

Comment