ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ବିଶ୍ୱକପ ୨୪ତମ ମ୍ୟାଚରେ ମଙ୍ଗଳବାର ମୁହାଁମୁହିଁ ହୋଇଛନ୍ତି ଘରୋଇ ଇଂଲଣ୍ଡ ଏବଂ ଆଫଗାନିସ୍ତାନ। ମାଞ୍ଚେଷ୍ଟରରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟିମ୍‌ର ଅଧିନାୟକ ଇୟନ ମୋର୍ଗାନଙ୍କ ରାଜୁତି ଦେଖିବାକୁ ମିଳିଛି। ଆଫଗାନିସ୍ତାନ ବିପକ୍ଷ ଏହି ମ୍ୟାଚ୍‌ରେ ଧୂଆଁଧାର ବ୍ୟାଟିଂ କରି ମାତ୍ର ୭୧ ବଲ୍‌ରେ ନିଜସ୍ୱ ୧୪୮ରନ ସଂଗ୍ରହ କରିଛନ୍ତି ମୋର୍ଗାନ। ସବୁଠାରୁ ବଡ଼ କଥା ହେଲା ୧୭ଟି ଛକା ଏବଂ ୪ଟି ଚୌକା ବଳରେ ମୋର୍ଗାନ ଏହି ବଡ଼ ସ୍କୋର ଅଧିକାରୀ ହୋଇଛନ୍ତି।

ଧୂଆଁଧାର ବ୍ୟାଟିଂ କରି ଗୋଟିଏ ମ୍ୟାଚରେ ସର୍ବାଧିକ ଛକା ମାରିବାରେ ମୋର୍ଗାନ କ୍ରିସ୍‌ ଗେଲ୍‌ଙ୍କ ରେକର୍ଡ ଭାଙ୍ଗିଛନ୍ତି। ପୂର୍ବରୁ ଗେଲ ୧୬ଟି ଛକା ମାରିଥିଲେ ଏହି ରେକର୍ଡର ଅଧିକାରୀ ଥିଲେ। ବର୍ତ୍ତମାନ ମୋର୍ଗ ଏହାଠୁ ପାଦେ ଆଗକୁ ବଢ଼ିଛନ୍ତି।

ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଘରୋଇ ଇଂଲଣ୍ଡ ଦଳ ନିର୍ଦ୍ଦାରିତ ୫୦ ଓଭରରେ ୩୯୭ରନ କରିଛି। ଚତୁର୍ଥ ୱିକେଟରେ ରୁଟ୍‌ଙ୍କ ସହ ଜମାଣିଆ ଭାଗିଦାରୀ କରି ଆଫଗାନ ବୋଲରଙ୍କ ନିଦ ହଜାଇ ଦେଇଥିଲେ ଅଧିନାୟକ ଇୟନ୍‌ ମୋର୍ଗାନ। ନିଜସ୍ୱ ୧୪୮ରନ ବଳରେ ମୋର୍ଗାନ ଆଫଗାନିସ୍ତାନ ଆଗରେ ରନ୍‌ର ପାହାଡ଼ ଛିଡ଼ା କରିଛନ୍ତି।

Comment