ଓଡ଼ିଶାଲାଇଭ ବ୍ୟୁରୋ

ବର୍ତ୍ତମାନ ସମୟରେ କ୍ୟାନସର ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା। ଅନେକ ଏହି ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଉଛନ୍ତି। ହେଲେ ଏହି ରୋଗରୁ ମୁକ୍ତି ପାଇବା ପାଇଁ କିଛି ଦିଗ ପ୍ରତି ଧ୍ୟାନ ଦିଆଯାଇ ପାରିବ। ଯାହାଦ୍ୱାରା କ୍ୟାନସର ରୋଗର ଆଶଙ୍କା କମ୍ କରାଯାଇ ପାରିବ।

ଯେମିତିକି ପ୍ଲାଷ୍ଟିକ ବୋତଲର କମ୍ ବ୍ୟବହାର। ପ୍ଲାଷ୍ଟିକ ବୋତଲର ବହୁଳ ବ୍ୟବହାର କଲେ ଶରୀରର ରୋଗ ପ୍ରତିରୋଧକ ହରମୋନ୍ ପ୍ରଭାବିତ ହୋଇଥାଏ। ଫଳରେ ମୋଟାପଣ ବଢେ ପୁଣି କର୍କଟ ପରି ରୋଗ ହେବାର ଆଶଙ୍କା ବଢେ।

-ରୋଷେଇ ଘରେ ଯଥାସମ୍ଭବ ରିଫାଇନ୍ଡ ତେଲ ବ୍ୟବହାର ବନ୍ଦ କରନ୍ତୁ । କାରଣ ରିଫାଇନ୍ଡ ତେଲ ବନାଇବା ପାଇଁ ଯେଉଁ ପ୍ରକ୍ରିୟାର ପାଳନ କରାଯାଏ ସେଥିରେ ବହୁ ମାତ୍ରାରେ ଏସିଡ୍ ବ୍ୟବହାର ହୋଇଥାଏ। ପରେ ତା’ର ଗନ୍ଧ ଦୂର କରିବା ପରେ ପୁଣିଥରେ ସେହି ତେଲକୁ ହେକ୍ସନଲ ନାମକ ଏକପ୍ରକାର କେମିକାଲ ଦ୍ୱାରା ଡିୟୋଡ୍ରାଇଜ୍ଡ କରାଯାଇଥାଏ।

-ଏହି ପ୍ରକ୍ରିୟାରେ ରିଫାଇନ୍ ତେଲକୁ ଅତି ଉଚ୍ଚ ତାପମାତ୍ରାରେ ଗରମ କରାଯାଏ। ତାହା ଅକ୍ସିଡାଇଜ୍ଡ ହେବା ପରେ ଟ୍ରାନ୍ସ ଫ୍ୟାଟ୍ ବାହାର କରେ ଯାହାକି ଶରୀର ପାଇଁ କ୍ଷତିକାରକ। ଏହାଯୋଗୁ କର୍କଟ ବି ହୋଇପାରେ।

-ଗବେଷକମାନଙ୍କ ଅନୁସାରେ ଆଜିକାଲି ପ୍ରାୟ ୯୦ ପ୍ରତିଶତ ସହରାଞ୍ଚଳର ଘରରେ ନନ୍ ଷ୍ଟିକ୍ ବାସନ ବ୍ୟବହାର ହୋଇଥାଏ। ପ୍ରକୃତରେ କିନ୍ତୁ ଉଚ୍ଚ ତାପମାତ୍ରାରେ ନନ୍ ଷ୍ଟିକ୍ ବାସନକୁ ବ୍ୟବହାର କଲେ ତାହାର ପିଏଫସି କୋଟିଙ୍ଗ ଖରାପ ହୋଇ ଯାଇଥାଏ। ଏପରିସ୍ଥଳେ ଯଦି ସେହି ବାହାରୁଥିବା କୋଟିଙ୍ଗ୍ ଖାଦ୍ୟରେ ମିଶେ ତା’ ହେଲେ କର୍କଟ ହେବାର ଆଶଙ୍କା ଥାଏ।

Comment