ଓଡ଼ିଶାଲାଇଭ ବ୍ୟୁରୋ

ଜମ୍ମୁ କାଶ୍ମୀର ଅନନ୍ତନାଗରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଓଡ଼ିଆ ଯବାନ ଅଜିତ ସାହୁଙ୍କୁ ପାର୍ଥିବଶରୀର ଆଜି ଓଡ଼ିଶା ଆସିବ।  ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କ ପାର୍ଥିବ ଶରୀରକୁ ଗାଁକୁ ନିଆଯିବ। ସହିତ ଅଜିତ ଗାଁ ଢ଼େଙ୍କନାଳ ଜିଲ୍ଲା କାମକ୍ଷାନଗର ବ୍ଲକ ବଡ଼ସୁଆଁଳ।

ସୂଚନା ମୁତାବକ, ଗତ ଜୁନ ୧୭ ସନ୍ଧ୍ୟାରେ ଅନନ୍ତନାଗରେ ସେନା ଗାଡ଼ି ଯାଉଥିଲାବେଳେ ଆତଙ୍କବାଦୀ ଟାର୍ଗେଟ କରିଥିଲେ। ଏଥିସହ ବିସ୍ଫୋରଣ ମଧ୍ୟ କରିଥିଲେ। ତା’ପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏଥିରେ ୮ ଜଣ ଯବାନ ଆହତ ହୋଇଥିଲେ।

ସେମାନଙ୍କ ଭିତରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଏହି ଗୁରୁତରଙ୍କ ଭିତରେ ଥିଲେ ଅଜିତ ସାହୁ। ଅଜିତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ।

ମଙ୍ଗଳବାର ସେନା ପକ୍ଷରୁ ଫୋନ ଯୋଗେ ତାଙ୍କ ପରିବାରକୁ ଏହି ଖବର ଦିଆଯାଇଥିଲା।

Comment