ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିଶ୍ୱବ୍ୟାପି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଲାଣି। ପ୍ରତିବର୍ଷ ଜୁନ ୨୧ ତାରିଖରେ ଏହି ଦିବସ ପାଳନ କରାଯାଏ। ଯୋଗ ମାମଲାରେ ବଲିଉଡ ଅଭିନେତ୍ରୀ ସବୁଠାରୁ ଆଗରେ ରହିଛନ୍ତି। ଅଭିନେତ୍ରୀମାନେ ଫିଟ ରହିବା ପାଇଁ ଯୋଗକୁ ଆପଣେଇ ନେଇଛନ୍ତି।

ବଲିଉଡରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଯୋଗ କରି ଏକଦମ ଫିଟ ରହିଛନ୍ତି। ଏହି ଅଭିନେତ୍ରୀଙ୍କୁ ଦେଖି ତାଙ୍କ ବୟସ କହିବ ବି ମୁସ୍କିଲ।

ମଲାଇକା ଅରୋରା  

ମଲାଇକା ସବୁବେଳେ ଜିମ ଯିବା ସହିତ ଯୋଗ ମଧ୍ୟ କରନ୍ତିା ଯୋଗ ସମୟର ଫଟୋ ବି ଇନଷ୍ଟାଗ୍ରାମରେ ପୋଷ୍ଟ କରନ୍ତି। ଯୋଗ ହିଁ ତାଙ୍କ ଫିଟନେସର ରାଜ ବୋଲି ମଲାଇକା କହନ୍ତି। ମଲାଇକାଙ୍କୁ ଏବେ ୪୫ ବର୍ଷ ବୋଲି ତାଙ୍କୁ ଦେଖିଲେ କହିହେବନି।

ଶିଳ୍ପା ସେଟ୍ଟୀ

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ଅଭିନୟ ସହିତ ଫିଟନେସ ପାଇଁ ବି ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ଶିଳ୍ପାଙ୍କ କହିବା ଅନୁସାରେ ଯୋଗ  ପାଇଁ ହିଁ ସେ ଫିଟ ରହିଛନ୍ତିା ସେଥିଲାଗି ୪୪ ବର୍ଷରେ ବି ସେ ଫିଟ ଅଛନ୍ତି।

ବିପାଶା ବସୁ

ଆରମ୍ଭରୁ ହିଁ ବିପାଶାଙ୍କୁ ଫିଟନେସର ଚିନ୍ତା। ସେ ଅଧିକାଂଶ ସମୟରେ ଯୋଗ ଏବଂ ବ୍ୟାୟାମ କରିବା ସମୟର ଫଟୋ ସେୟାର କରିଥାନ୍ତି। ୪୦ ବର୍ଷୀୟା ବିପାଶା ଏବେ ଯୋଗ ପାଇଁ ପୂରା ଫିଟ ଅଛନ୍ତି।

Comment