ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ମିଙ୍ଗ୍‌ହାମରେ ପିଚ୍‌ ଓଦା। ବିଳମ୍ବରେ ମ୍ୟାଚ୍‌ ଆରମ୍ଭ। ଦକ୍ଷିଣ ଅଫ୍ରିକା ବିପକ୍ଷରେ ଟସ୍‌ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି।

ଆଇସିସି ବିଶ୍ୱକପରେ ବୁଧବାର ନ୍ୟୁଜିଲାଣ୍ଡକୁ ଭେଟିବ ଦକ୍ଷିଣ ଅଫ୍ରିକା। ଲଣ୍ଡନର ବର୍ମିଙ୍ଗ୍‌ହାମରେ ହେବାକୁ ଥିବା ଏହି ମ୍ୟାଚ୍‌ରେ ପୁଣି ବାଧକ ସାଜିଛି ବର୍ଷା। ଷ୍ଟାଡିୟମର ପିଚ୍‌ ଓଦା ଥିବାରୁ ମ୍ୟାଚ୍‌ ଆରମ୍ଭ କରିବା ମୁସ୍କିଲ ହୋଇପଡ଼ିଥିଲା। ତେବେ ଅମ୍ପାୟର୍ସଙ୍କ ନିର୍ଦ୍ଦେଶ କ୍ରମେ ଦେଢ଼ ଘଣ୍ଟା ବିଳମ୍ବରେ ମ୍ୟାଚ୍‌କୁ ଆରମ୍ଭ କରାଯାଇଛି।

ସେଥିପାଇଁ ୫୦ ଓଭର ବିଶିଷ୍ଟ ଏହି ମ୍ୟାଚ୍‌କୁ ୪୯ ଓଭର୍‌ କରାଯାଇଛି। ଅର୍ଥାତ୍‌ ଆଜିର ମ୍ୟାଚ୍‌ରେ ୪ ଜଣ ବୋଲର ସର୍ବାଧିକ ୧୦ ଓଭର୍‌ ଲେଖାଏ ବୋଲିଂ କରିପାରିବେ।

ଟସ୍‌ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଲେ ବ୍ୟାଟ ଧରିଛି ଦକ୍ଷିଣ ଆଫ୍ରିକା। ଚଳିତ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ସବୁ ମ୍ୟାଚ୍‌ରେ ଜିତି ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ମାତ୍ର ଗୋଟଏ ମ୍ୟାଚ୍‌ରେ ଜିତିଛି। ପଏଣ୍ଟ ଟେବୁଲରେ ଦକ୍ଷିଣ ଆଫ୍ରିକା ଅଷ୍ଟମ ସ୍ଥାନରେ ରହିଛି। ଏହାକୁ ଦୃଷ୍ଟିରେ ରଖିଲେ ନ୍ୟୁଜିଲାଣ୍ଡ ଆଜିର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଉପରେ ଭାରି ପଡ଼ିପାରେ।

Comment