ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆହତ ଯୋଗୁଁ ବିଶ୍ୱକପରୁ ବାହାର ହେଲେ ଶିଖର ଧାୱନ। ଧାୱନଙ୍କ ସ୍ଥାନରେ ଟିମ୍‌ରେ ଖେଳିବେ ରିଷଭ ପନ୍ତ।

ଟିମ୍‌ ଇଣ୍ଡିଆକୁ ଫେରିବେନି ଧାୱନ। ଆହତ କାରଣରୁ କ୍ରିକେଟ୍‌ ବିଶ୍ୱକପ ୨୦୧୯ରୁ ବାହାର ହେଲେ ଟିମ୍‌ ଇଣ୍ଡିଆର ଷ୍ଟାର ଓପନର ଶିଖର ଧାୱନ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଧାୱନ ଧୂଆଁଧାର ବ୍ୟାଟିଂ କରି ଭାରତକୁ ବିଜୟ ଦେଇଥିଲେ। କିନ୍ତୁ ସେହି ମ୍ୟାଚ୍‌ରେ ଆହତ ହୋଇ ପଡ଼ିଥିଲେ ଏହି ଷ୍ଟାର ପ୍ଲେୟର। ବର୍ତ୍ତମାନ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ବିଶ୍ୱକପ ୨୦୧୯ରୁ ଧାୱନଙ୍କୁ ବିଦା ହେବାକୁ ପଡ଼ିଛି। ଧାୱନଙ୍କ ସ୍ଥାନରେ ଭାରତର ବିଶ୍ୱକପ ବାହିନୀରେ ପ୍ରବେଶ କଲେ ଯୁବା ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ ରିଷଭ ପନ୍ତ।

ଜୁନ୍‌ ୫ରେ ଟିମ୍‌ ଇଣ୍ଡିଆ ଭେଟିଥିଲା ଶକ୍ତଶାଳୀ ଅଷ୍ଟ୍ରେଲିଆ ଟିମ୍‌କୁ। ମ୍ୟାଚ୍‌ରେ ଶିଖର ଧାୱନ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଷ୍ଟାଡିୟମ୍‌ରେ ଚୌକା ବର୍ଷା କରି ଭାରତୀୟଙ୍କ ହୃଦୟ କଣି ନେଇଥିଲେ ଏହି ଷ୍ଟାର ପ୍ଲେୟର। ତେବେ ମ୍ୟାଚ୍‌ ଅଧାରୁ ବଲ୍‌ ବାଜି ଧାୱନଙ୍କ ବୁଢ଼ା ଆଙ୍ଗୁଠି ଭାଙ୍ଗିଯାଇଥିଲା। ହେଲେ ଆହତ ସତ୍ତ୍ୱେ ଧାୱନ ବ୍ୟାଟିଂ ଜାରି ରଖିଥିଲେ। ଶେଷରେ ନିଜସ୍ୱ ୨୩୨ ରନ୍‌ ବଳରେ ଶକ୍ତିଶାଳୀ କଙ୍ଗାରୁ ଟିମ୍‌କୁ ଧୂଳି ଚଟାଇଥିଲା ଧାୱନ। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୩୬ ରନ୍‌ରେ ପରାସ୍ତ କରିଥିଲା ଭାରତ।

ଆହତ ପରେ ଧାୱନଙ୍କୁ ବିସିସିଆଇ ମେଡିକାଲ ଟିମ୍‌ର ଅବର୍ଜଭେସନରେ ଥିଲେ। ୨ରୁ ୩ ସପ୍ତାହ ମଧ୍ୟରେ ଧାୱନ ଟିମ୍‌କୁ ଫେରିବେ ବୋଲି କୁହାଯାଉଥିଲା ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ବିଶ୍ୱକପରୁ ଧାୱନଙ୍କୁ ବିଦା ହେବାକୁ ପଡ଼ିଛି। ଧାୱନଙ୍କ ସ୍ଥାନରେ ଟମ୍‌ ଇଣ୍ଡିଆରେ ଏଣ୍ଟ୍ରି କଲେ ଯୁବା ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ ରିଷଭ ପନ୍ତ।

୨୦୧୯ ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ଟିମ୍‌ ଇଣ୍ଡିଆରେ ରିଷଭ ପନ୍ତଙ୍କୁ ନେବା ଲାଗି ବହୁ ବାଦ ବିବାଦ ସୃଷ୍ଟି ହୋଇଥିଲା। ଧାୱନଙ୍କ ଆହତ ପରେ ଚର୍ଚ୍ଚା ଆହୁରି ତୀବ୍ର ହୋଇଥିଲା। ଧାୱନଙ୍କ ବଦଳରେ ଟିମ୍‌ ଇଣ୍ଡିଆରେ ରିଷଭଙ୍କୁ ସାମିଲ କରିବା ପାଇଁ ଅନେକ ପ୍ରସ୍ତାବ ଦେଇଥିଲେ।

ବର୍ତ୍ତମାନ ବିଶ୍ୱକପ୍‌ରେ ଡେବ୍ୟୁ କରିବେ ରିଷଭ ପନ୍ତ। ଧାୱନଙ୍କ ବଦଳରେ ତାଙ୍କୁ ବିଶ୍ୱକପ୍‌ରେ ଖେଳିବା ପାଇଁ ସୁଯୋଗ ମିଳିଛି। ଦମ୍‌ଦାର ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣି ପାରିଥିବା ପନ୍ତ ବର୍ତ୍ତମାନ ଟିମ୍‌ ଇଣ୍ଡିଆର ଆଫଗାନିସ୍ତାନ, ୱେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ନଜର ଆସିବେ।

Comment