ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ହୃଦଘାତ ହେବା ସମୟରେ ଅନେକ ଲୋକଙ୍କର ଛାତିରେ ଯନ୍ତ୍ରଣା ହୋଇଥାଏ। ଶ୍ୱାସକ୍ରିୟାରେ ସମସ୍ୟା ମଧ୍ୟ ହୋଇଥାଏ। କିନ୍ତୁ କିଛି କ୍ଷେତ୍ରରେ ଏସବୁ କିଛି ନ ହୋଇ ବି ହୃଦଘାତ ହୋଇଥାଏ। ତାକୁ ସାଇଲେଣ୍ଟ ହାର୍ଟ ଆଟାକ୍ ବୋଲି କୁହାଯାଏ।

ବିଶେଷକରି ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ମୋଟାପଣର ଶିକାର ଲୋକଙ୍କ କ୍ଷେତ୍ରରେ ଏହି ଆଶଙ୍କା ବଢ଼ିଯାଏ। ଏପରିସ୍ଥଳେ ହୃଦଘାତ ପୂର୍ବରୁ ଦେଖାଯାଉଥିବା କିଛି ଲକ୍ଷଣକୁ ନଜରଅନ୍ଦାଜ କରନ୍ତୁ ନାହିଁ।

କିଛି କ୍ଷେତ୍ରରେ ଲୋକମାନଙ୍କର ଧମନୀରେ ବ୍ଲକେଜ୍ ଥିଲେ ଛାତି ଦରଜ ହୋଇଥାଏ। ଛାତି ଉପରେ କିଛି ଚାପି ରହିଥିବା ଭଳି ଲାଗେ। ଏପରି ହେଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଛାତି ଦରଜ ହେବା ଏବଂ ଧୀରେ ଧୀରେ ପୂରା ବାହୁ ଯାଏ ଦରଜ ପରିବ୍ୟାପ୍ତ ହେବା ହୃଦରୋଗର ଲକ୍ଷଣ। ଅବଶ୍ୟ କେତେକ କ୍ଷେତ୍ରରେ ଛାତି ଦରଜ ନ ହୋଇ ବି ବାହୁ ଦରଜ ହୋଇଥାଏ।

ଯଦି ଆପଣ ଅଚାନକ ଦୁର୍ବଳ ଅନୁଭବ କରନ୍ତି ବା ମୁଣ୍ଡ ବୁଲାଇ ଦିଏ, ତେବେ ଏହା ହୃଦଘାତର ଲକ୍ଷଣ ହୋଇପାରେ।

ଯଦି ଆପଣଙ୍କ ପାଦ ଫୁଲିଯାଏ ତା’ ହେଲେ ହୃତପିଣ୍ଡ ଠିକ୍ ଭାବେ ରକ୍ତକୁ ପମ୍ପ କରିପାରୁ ନାହିଁ ବୋଲି ଜାଣି ରଖନ୍ତୁ। କାରଣ ହୃତ୍ପିଣ୍ଡ ଅକାମି ହେବା ପୂର୍ବରୁ କିଡନୀ ଦୁର୍ବଳ ହୋଇଥାଏ। ଏହାଯୋଗୁଁ ପାଦ ଫୁଲିଥାଏ। ଏହି ଲକ୍ଷଣକୁ ନଜରଅନ୍ଦାଜ କରନ୍ତୁ ନାହିଁ।

Comment