ଓଡ଼ିଶାଲାଇଭ୍ ବ୍ୟୁରୋ

ଗରମ ଦିନରେ ପଇଡ଼ ପିଇଲେ କେବଳ ପେଟ ଥଣ୍ଡା ହୁଏନାହିଁ, ବଦହଜମି, ମୋଟାପଣରୁ ମଧ୍ୟ ରକ୍ଷା ମିଳିଥାଏ। ହେଲେ ପଇଡ଼ ପିଇବାର ମଧ୍ୟ ସମୟ ଥାଏ। ଜାଣନ୍ତୁ ପଇଡ଼ ପାଣି କେତେବେଳେ ଓ କିଭଳି ଭାବେ ଏହାକୁ ପିଇବେ।

-ପଇଡ଼ କାଟିବା ମାତ୍ରେ ତାକୁ ତୁରନ୍ତ ପିଅନ୍ତୁ। ଅଧିକ ସମୟ ରଖିଲେ ତା’ର ପୋଷକ ତତ୍ତ୍ୱ ନଷ୍ଟ ହେବାର ଆଶଙ୍କା ଥାଏ। କିଛି ଲୋକ ପଇଡ଼ ପାଣିକୁ ଫ୍ରିଜରେ ରଖି ସପ୍ତାହେ ଧରି ପିଇଥାନ୍ତି। ଶରୀର ପାଇଁ ଏଭଳି ଅଭ୍ୟାସ ବିଲକୁଲ ଭଲ ନୁହେଁ।

-ଆମେରିକା ଓ ବ୍ରିଟେନରେ କରାଯାଇଥିବା ଗବେଷଣା ଅନୁସାରେ ପଇଡ଼ ପାଣି ପିଇବା ଦ୍ୱାରା ଶରୀରରେ ଶର୍କରାର ସ୍ତର କମିଯାଏ। କିନ୍ତୁ ନିୟମିତ ଭାବେ ଏହାକୁ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରାଇ ନେବା ଆବଶ୍ୟକ। ଯେପରିକି ସୁଗାରର ପରିମାଣ ଅତ୍ୟଧିକ କମିଗଲେ କିଛି ଅସୁବିଧା ନ ହେବ।

-ପଇଡ଼ ପାଣିକୁ ଲୋକମାନେ ଯେକୌଣସି ସମୟରେ ପିଇଥାନ୍ତି। କିନ୍ତୁ ସକାଳୁ ଖାଲିପେଟରେ ଏହାକୁ ପିଇଲେ ଉପକାର ମିଳେ। ତେବେ ଝାଡ଼ାବାନ୍ତି ହେଉଥିଲେ ଖାଲିପେଟରେ ଏହାକୁ ପିଅନ୍ତୁ ନାହିଁ।

-ପଇଡ଼ରେ ଥିବା ଭିଟାମିନ୍ ସି, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ରକ୍ତଚାପକୁ ନିୟନ୍ତ୍ରିତ କରିବାକୁ ସହାୟକ ହୋଇଥାଏ।

-ପଇଡ଼ ପାଣି ଖୁବ୍ ଥଣ୍ଡା ହୋଇଥାଏ। ତେଣୁ ଥଣ୍ଡା, ଜ୍ୱର ହୋଇଥିଲେ ଏହାକୁ ପିଅନ୍ତୁ ନାହିଁ। ସେହିପରି ଗଣ୍ଠିଯନ୍ତ୍ରଣା ହେଉଥିଲେ ଏହାକୁ ପିଇବା ଅନୁଚିତ୍।

-ବ୍ୟାୟାମ କରିବା ପରେ ତୁରନ୍ତ ପଇଡ଼ ପାଣି ପିଅନ୍ତୁ ନାହିଁ। କାରଣ ବ୍ୟାୟାମ କରିବା ପରେ ଶରୀରକୁ ସୋଡିୟମ୍ ଦରକାର ପଡ଼ିଥାଏ। ପଇଡ଼ ପାଣିରେ ଅଧିକ ପରିମାଣର ସୋଡିୟମ୍ ନଥାଏ।

-ପଇଡ଼ ପାଣିରେ ପ୍ରାକୃତିକ ଭାବେ ଲାକ୍ଟେଟିଭ୍ ଗୁଣ ଥାଏ। ଅଧିକ ମାତ୍ରାରେ ଏହାକୁ ପିଇଲେ ପେଟରେ ଯନ୍ତ୍ରଣା ହୋଇଥାଏ।

LEAVE A REPLY

Please enter your comment!
Please enter your name here