ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଜ ଖାଦ୍ୟ ତାଲିକାରେ ମାଛ ଅନ୍ତର୍ଭୁକ୍ତ କରିବା ବେଶ୍‌ ଲାଭଦାୟକ। କମ୍‌ ଚର୍ବି, ପ୍ରୋଟିନ୍‌ରେ ଭରପୂର ମାଛ ଭାରତୀୟ ଲୋକଙ୍କର ପାରମ୍ପରିକ ଖାଦ୍ୟ। ଜାଣନ୍ତୁ, ମାଛ ଖାଇବାର ଫାଇଦା।

ନ୍ୟୁଟ୍ରିସନମାନଙ୍କ ମତରେ ହୃଦଘାତ, ଡାଇବେଟିସ୍‌, ରକ୍ତଚାପ ଓ ସୁସ୍ଥ ମସ୍ତିଷ୍କ ପାଇଁ ମାଛକୁ ସପ୍ତାହରେ ଦୁଇଥର ଖାଇବା ଉଚିତ।

ପ୍ରୋଟିନ୍‌

ପ୍ରୋଟିନ୍‌ ଓ ଆମିନୋ ଏସିଡ୍‌ରେ ଭରପୂର ଥାଏ ମାଛ। ମାଛକୁ ଖାଇବା ଫଳରେ ଶରୀରକୁ ଉଚିତ ପରିମାଣର ପ୍ରୋଟିନ୍‌ ମିଳିଥାଏ।

ଅନ୍ୟ ଆମିଷ ପରି ମାଛରେ କମ୍‌ ପରିମାଣର ଚର୍ବିଥାଏ। ମାଛ ଓମେଗା-୩ ଫ୍ୟାଟି ଏସିଡ୍‌ର ଉତ୍ତମ ଉତ୍ସ। ଏହା କୋଲେଷ୍ଟ୍ରଲ୍ ବିପଦକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଓମେଗା -୩ ହେଉଛି ସବୁଠାରୁ ସୁସ୍ଥ ଚର୍ବି ଯାହା ଆମକୁ ହୃଦ ରୋଗ ଏବଂ ଷ୍ଟ୍ରୋକରୁ ରକ୍ଷା କରିଥାଏ। ଓମେଗା -୩ରେ ଆଲଫା-ଲିନୋଲିକ୍ ଏସିଡ୍- ALA, ଡୋକୋସେକ୍ସେଏନିକ୍ ଏସିଡ୍- DHA, ଏବଂ ଇକୋସାପେଣ୍ଟେନୋଏକ୍ ଏସିଡ୍- EPA ଥାଏ। ଏଥିମଧ୍ୟରୁ DHA ଏବଂ EPA ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସେଥିପାଇଁ ସୁସ୍ଥ ଶରୀର ପାଇଁ ମାଛ ଖାଇବା ନିହାତି ଜରୁରୀ।

ଓମେଗା-୩ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ମାଂସପେଶୀର ଥକ୍କାପଣ ଦୂର କରିଥାଏ।

ନିଜ ଖାଦ୍ୟରେ ରୋହି, ଭାକୁର, ଚୂନା ମାଛ, ଇଲିଶି ଆଦିକୁ ସାମିଲ କରିବା ନିହାତି ଜରୁରୀ।

ମାଛରେ ଭିଟାମିନ୍‌ ଡି ଭରପୂର ମାତ୍ରାରେ ଥାଏ। ଟାଇପ୍-୧ ଡାଇବେଟିସ୍ ଏବଂ ସ୍ତନ କର୍କଟରୁ ମଧ୍ୟ ରକ୍ଷା କରିଥାଏ ମାଛ।

ଏହାସହିତ ମାଛରେ ମିନେରାଲ୍ସ ଭରି ରହିଥାଏ। ରକ୍ତରେ ହିମୋଗ୍ଲୋବିନ୍‌କୁ ସନ୍ତୁଳିତ ରଖିବା ପାଇଁ ଆଇରନ୍‌ର ଆବଶ୍ୟକତା ଅଧିକ ଥାଏ, ଯାହା ମାଛରେ ଅଧିକ ମାତ୍ରାରେ ମିଳିଥାଏ।

ଏହାଛଡ଼ା ମାଛରେ ଜିଙ୍କ, ଆୟୋଡିନ୍‌, ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌ ଭଳି ପୋଷକ ତତ୍ୱ ଭରପୂର ଥାଏ।

Comment