ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ଆରମ୍ଭ ହେବ ଏମବିବିଏସ-ବିଡିଏସ ପାଠ୍ୟକ୍ରମରେ ନାମ ରେଜିଷ୍ଟ୍ରେସନ। ଏନଇଇଟିରେ ଉର୍ତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଅନଲାଇନରେ ପଞ୍ଜିକରଣ କରିପାରିବେ। ଜୁନ୍ ୨୦ରୁ ଜୁନ୍ ୨୫ ମଧ୍ୟରେ ଉର୍ତ୍ତୀର୍ଣ୍ଣ ବିଦ୍ୟାର୍ଥୀ ନାମ ରେଜିଷ୍ଟ୍ରେସନ୍ କରିପାରିବେ। ଆଜି ସନ୍ଧ୍ୟା ୫ଟାରୁ ଓଜେଇଇ ସାଇଟ www.ojee.nic.in କୁ ଯାଇ ନାମ ରେଜିଷ୍ଟ୍ରେସନ କରିପାରିବେ।

ଜୁନ୍ ୨୬ରେ ରେଜିଷ୍ଟର କରିଥିବା ବିଦ୍ୟାର୍ଥୀମାନଙ୍କ ତାଲିକା ପ୍ରକାଶ ପାଇବ। ଏବଂ ଜୁନ୍ ୨୬ରୁ ୨୯ ଯାଏଁ ଛାତ୍ରଛାତ୍ରୀମାନେ ନୋଡାଲ ସେଣ୍ଟରରେ ଡକ୍ୟୁମେଣ୍ଟ ଭେରିଫିକେସନ୍ କରିପାରିବେ। ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ଜୁନ୍ ୨୬ ଏବଂ ୨୭ ରହିଛି।

ଜୁଲାଇ ୧ରେ ଷ୍ଟେଟ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଜୁଲାଇ ୧ଏବଂ ୨ରେ ଛାତ୍ରଛାତ୍ରୀ ନିଜ ଚଏସ ଲିଷ୍ଟକୁ ଲକ୍ କରିବେ। ଜୁଲାଇ ୪ରେ ପ୍ରୋଭିଜନାଲ ଆଲଟମେଣ୍ଟ ଲେଟର ଡାଉନଲୋଡ କରିପାରିବେ।

ଏହାପରେ ୫ ଜୁଲାଇରୁ ୯ ଜୁଲାଇ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୨୪, ୨୫ ଚଏସ ଲକ୍ କରାଯିବ।

୨୭ରୁ ୩୦ ଜୁଲାଇ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ।

  • ରେଜିଷ୍ଟ୍ରେସନ କରିବାର ପ୍ରଣାଳୀ
    www.ojee.nic.in କ୍ଲିକ କରି ଓଜେଇଇର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ।
    ହୋମପେଜରେ ‘ନିଟ2019 ଏମବିବିଏସ-ବିଡିଏସ ପାଇଁ ରେଜିଷ୍ଟ୍ରେସନ’ ଲିଙ୍କ ଉପରେ କ୍ଲିକ କରନ୍ତୁ।
    ଏହା ପରେ ଏକ ନୁଆ ୱିଣ୍ଡୋ ଖେଲିବ।
    ଫର୍ମକୁ ପୂରଣ କରି ଦିଅନ୍ତୁ।
    ଶେଷରେ ଏହାର ଏକ ପ୍ରିଣ୍ଟ ବାହାର କରି ନିଜ ପାଖରେ ରଖନ୍ତୁ।

Comment